Latest Odisha News

BREAKING NEWS

ଡେପୁଟି ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଶାର ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ କୁମାର ସାହୁ ହୋଇଛନ୍ତି ଡେପୁଟି ନିର୍ବାଚନ କମିଶନର। ମନୋଜ ସାହୁ ଏବେ କେନ୍ଦ୍ରରେ ନିଯୁକ୍ତ ରହିଛନ୍ତି। ଶନିବାର ତାଙ୍କର ନୂଆ ନିଯୁକ୍ତି ବାବଦରେ ସୂଚନା ମିଳିଛି। ଡିସେମ୍ବର ୧୬, ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।

ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଭଳି ରାଜ୍ୟରେ କାମ କରି ବେଶ ଭଲ ଅଭିଜ୍ଞତା ରଖିଛନ୍ତି ୨୦୦୬ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ।

Comments are closed.