ବ୍ରହ୍ମପୁର: ବ୍ରହ୍ମପୁର ସହର ବଡବଜାର ଥାନା ଅନ୍ତର୍ଗତ ବଡବଜାର ମୁଖ୍ୟଛକରେ ଥିବା ଏକ ସୁନା ଦୋକାନରୁ ଚୋରୀ କରିଥିବା ଅଭିଯୋଗରେ ପୁଲିସ୍ ସୁନା ଦୋକାନରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଓ ସେଲ୍ସମ୍ୟାନ୍କୁ ଗିରଫକରିଥିବା ନେଇ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ବଡବଜାର ମୁଖ୍ୟରାସ୍ତାରେ ପି.ଭେଙ୍କେଟରାଓ ପାତ୍ର ନାମକ ଜଣେ ବ୍ୟବସାୟୀ ରାମା ଜୁଏଲର୍ସ ନାମରେ ଏକ ଦୋକାନକରି ଦୀର୍ଘ ବର୍ଷହେଲା ସୁନା ବ୍ୟବସାୟ କରୁଥିଲେ। ତେବେ ଦୋକାନରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ବ୍ରହ୍ମପୁର ଗେଟ୍ବଜାର କାଶୀନଗର ପ୍ରଥମ ଲାଇନ୍ର ନିରଞ୍ଜନ ଦାସ(୪୨) ଓ ସେଲ୍ସମ୍ୟାନ୍ ଭାବେ କାର୍ଯ୍ୟରତ ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ରାଜେନ୍ଦ୍ର ସେଠୀ(୩୪) ଦୁହେଁ ମିଶି ଦୀର୍ଘ ୮ମାସ ହେଲା ଦୋକାନରୁ ସୁନା ଗହଣା ଚୋରୀକରି ନେଉଥିଲେ। ତେବେ ମାଲିକ ହିସାବ ମାଗିବା ବେଳେ ଆକାଉଣ୍ଟାଣ୍ଟ ଯାହା ହିସାବ ଦିଅନ୍ତି ତାକୁ ବିଶ୍ୱାସକରି ନିଅନ୍ତି ମାଲିକ। ତେବେ ଗତ ୨୫ତାରିଖ ଦିନ ଷ୍ଟକ୍ ଥିବା ସୁନା ଗହଣା କମ୍ ଥିବା ଜାଣିପାରି ଆକାଉଣ୍ଟାଣ୍ଟଙ୍କୁ ପଚାରିବା ବେଳେ ହିସାବ ଦେବାବେଳେ ତାଳମେଳ ରହିଲା ନାହିଁ। ଏପରିକି ଦୀର୍ଘ ୭ବର୍ଷଧରି ଦୁହେଁ ସୁନା ଦୋକାନରେ କାର୍ଯ୍ୟ କରୁଥିବା ଯୋଗୁ ଦୋକାନରୁ ଚୋରୀ ହେବା ଘଟଣାକୁ ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଗତ ୨୫ତାରିଖରେ ସୁନା ହିସାବ କରିବା ବେଳେ ୪୭୫.୬୮ଗ୍ରାମ ସୁନା କମ୍ ଥିବା ଜାଣିବାକୁ ପାଇଥିଲେ। ଏହା ଜଣାପଡିବା ପରେ ଚାଲାକର ସହ ଲୁଟ୍ କରିଥିବା ଆକାଉଣ୍ଟାଣ୍ଟ ଓ ସେଲ୍ସମ୍ୟାନ୍ ଦୋକାନକୁ ଆସିନଥିଲେ। ପରେ ଗତ ୩୦ତାରିଖରେ ଭେଙ୍କେଟ ରାଓ ବଡବଜାର ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ନିରଞ୍ଜନ ଓ ରାଜେଶକୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ପରେ ସେମାନେ ଦୀର୍ଘ ୮ମାସଧରି ଦୋକାନରୁ ସୁନା ଚୋରୀ କରୁଥିବା ସେମାନେ ମାନିଥିଲେ ମଧ୍ୟ ଲୁଟ୍ ସୁନା ଦେଇନ ପାରିବାରୁ ପୁଲିସ୍ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାପଡିଛି।
BREAKING NEWS
- ନବୀନଙ୍କ ଗଡ଼ରେ ମୋଦୀ କରିବେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର, କ’ଣ ରହିଛି ନିର୍ବାଚନ ଗଣିତ?
- ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ
- ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର
- ଇଂଲଣ୍ଡର ଏହି ଖେଳାଳି କହିଲେ ଭାରତ ସେମିକୁ ବି ଯାଇ ପାରିବନି
- ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି, ସେପଟେ ୪୫ ଡିଗ୍ରୀ ସହ ତାଳଚେର ଉତ୍ତପ୍ତ ସହର
- ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
- ଟି୨୦ ବିଶ୍ୱକପ: ସମୂଦ୍ର ବାଟେ ଆମେରିକା ଆସିବ ଡ୍ରପ ଇନ ପିଚ
- ୨୫ ବର୍ଷ ହେବ ଚିନି ଖାଇ ନାହାନ୍ତି ଏହି ହୀରୋ
- ବିଜେଡି ଉପରେ ବର୍ଷିଲେ ଅପରାଜିତା, କହିଲେ, ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି
- ଅତାବିରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ