Latest Odisha News

BREAKING NEWS

AIIMS ଉପରେ ସାଇବର ଆଟାକ୍; ସେବା କାମ ବ୍ୟାହତ

ନୂଆଦିଲ୍ଲୀ: ଦେଶର ବଡ଼ ଏବଂ ପ୍ରତିଷ୍ଠିତ ହସ୍ପିଟାଲ ଏମସ ଉପରେ ପୁଣି ସାଇବର ଆଟାକ୍ । AIIMS ସର୍ବରକୁ ହ୍ୟାକ କରି ନେଇଛି ଚୀନ । ଏହି ସର୍ବରକୁ ହ୍ୟାକ କରିବା ପରେ ଚୀନ ଏହାର ତଥ୍ୟକୁ ଡାର୍କ ୱେବରେ ବିକ୍ରି କରୁଛି । କୁହାଯାଉଛି, ଭାରତର ସ୍ୱାସ୍ଥ୍ୟ ସେବା ଠପ କରିଦେବାର ଲକ୍ଷ୍ୟରେ  ଦେଶରର ସବୁଠାରୁ ବଡ ହସ୍ପିଟାଲ ଉପରେ ଏପରି ସାଇବର ଆଟାକ  କରାଯାଇଛି  ।

ତେବେ ଏହି କାରଣରୁ ଡାକ୍ତରଖାନାର କାମ ପ୍ରଭାବିତ ହୋଇଛି । ଓପିଡି ସମେତ ଅନେକ ବିଭାଗରେ ସେବା ଠପ ହୋଇଯାଇଛି ।  ଦିଲ୍ଲୀ ପୋଲିସ ଘଟଣାର ଯାଞ୍ଚ କରୁଛି ।

ମେଡିକାଲ ସେବା ପ୍ରଭାବିତ ହେଲେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାର ଆଶଙ୍କା ରହିଛି । ଜରୁରୀ ଅସ୍ତ୍ରୋପଚାର ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଖବର ଜଣାପଡିବା ପରେ  ଅଧିକାରୀ, ସପ୍ଠଓୟାର ଇଞ୍ଜିନିୟର ଓ ଡାକ୍ତରଙ୍କୁ ନେଇ  ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ତଥ୍ୟକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ଉଦ୍ୟମ କରାଯାଉଛି ।

ଭାରତ ଉପରେ ସାଇବର ଆକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ହ୍ୟାକରମାନେ ଗତ ଗୁରୁବାର ଦିନ ଜଳ ଶକ୍ତି ମନ୍ତ୍ରାଳୟର ଟୁଇଟର ହାଣ୍ଡେଲ ହ୍ୟାକ କରି ନେଇଥିଲେ । ଗତ ସପ୍ତାହରେ ମଧ୍ୟ ଦିଲ୍ଲୀ ଏମ୍ସର ସର୍ବର ହ୍ୟାକ କରାଯାଇଥିଲା । କୌଣସି ସରକାରୀ ସଂସ୍ଥା ଉପରେ ଏହା ଦ୍ୱିତୀୟ ସାଇବର ଆାକ୍ରମଣ ।

Leave A Reply

Your email address will not be published.