ବ୍ରହ୍ମପୁର,୬ା୧୨: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ, ପ୍ରାର୍ଥ ଦାସ, ଡି. କିରଣ ପାତୁରୁଡୁ, କେ. ନରସିଂହ ପାତ୍ର, ମୌସମ ବେହେରା, ଏସ. ଗୌତମ ରାୟ, କାହ୍ନା ସାବତ।
ସୂଚନାଯୋଗ୍ୟରେ ନଭେମ୍ବର ୧୧ ତାରିଖରେ ଏହି କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା। କିଛି ଛାତ୍ର ମିଳିତଭାବେ ଛାତ୍ରୀଙ୍କୁ ରାଗିଂ କରିବା ସହ ହଇରାଣ ହରକତ କରୁଥିବା ନେଇ ପିଡ଼ିତା ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୯ ଜଣ ଛାତ୍ରଙ୍କୁ ଅନିଦ୍ଧିଷ୍ଟ କାଳ ପାଇଁ କ୍ୟାମ୍ପସ ବାରଣ କରାଯାଇଥିଲା।ଏହି ଛାତ୍ରମାନେ ଯେପରି କଲେଜ ଭିତରକୁ ପ୍ରବେଶ କରିବେ ନାହିଁ ସେ ନେଇ ନଜର ରଖିବାକୁ ଆଣ୍ଟି ରାଗିଂ କମିଟିର ଆବାହକ ଡ. ଏକେ ସେଠଙ୍କୁ ଦାୟିତ୍ବ ଦିଆଯାଇଥିଲା।ଏହା ଭିତରେ ଆଣ୍ଟି ରାଗିଂ କମିଟି ପକ୍ଷରୁ ରାଗିଂ ଘଟଣାରତଦନ୍ତ କରାଯିବା ସହ ପିଡ଼ିତା ଛାତ୍ର ଓ ରାଗିଂରେ ସଂପୃକ୍ତ ଥିବା ଛାତ୍ରଙ୍କୁ ପଚରାଛରା କରାଯାଇଥିଲା।ଏହି ୯ ଜଣଙ୍କ ମଧ୍ୟରୁ ଉପରୋକ୍ତ ୭ ଜଣ ଛାତ୍ର ରାଗିଂରେ ସଂପୃକ୍ତ ଥିବା ପ୍ରମାଣିତ ହେବା ପରେ ସେମାନଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ମନା କରିଦିଆଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ. ଆରକେ ନାୟକ ମଙ୍ଗଳବାର ନୋଟିସ ଜାରି କରିଛନ୍ତି।ଯଦି ଛାତ୍ରମାନେ କ୍ୟାମ୍ପସରେ ଦେଖା ଯାଆନ୍ତି ତେବେ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
BREAKING NEWS
- ଆଇପିଏଲ: ଚଳିତ ସିଜନରେ ଚେନ୍ନାଇର ୪ର୍ଥ ପରାଜୟ
- ଟି୨୦: ସ୍ଥିର ପ୍ରଦର୍ଶନରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ରାହୁଲ
- ଏଥିପାଇଁ ବିଦ୍ୟା ଅନ୍ୟମାନଙ୍କଠାରୁ ଅଲଗା
- ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ, ଏହାର ପରିଣାମ ନିଶ୍ଚୟ ଭୋଗିବେ: ପ୍ରଧାନମନ୍ତ୍ରୀ
- ହର୍ମୁଜରେ ଭାରତୀୟ ଟ୍ୟାଙ୍କର୍ ଉପରେ ଗୁଳିଚାଳନା; କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଏମଇଏ
- ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନ୍ସିଲ୍ର ଅଧ୍ୟକ୍ଷ
- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା
- କିଲର ମିଲରଙ୍କ କମାଲ, ଗୋଟିଏ ବଲ ବାକିଥାଇ ବେଙ୍ଗାଲୁରକୁ ହରାଇଲା ଦିଲ୍ଲୀ
- କ୍ରିକେଟ ପରେ ଫୁଟବଲରେ ମଧ୍ୟ କମାଲ କଲେ ଏହି ଖେଳାଳି
- କିମ୍ସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ ଶୀଘ୍ର ଆରୋଗ୍ୟ ପାଇଁ ଉନ୍ନତ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ
Comments are closed.