ବ୍ରହ୍ମପୁର,୬ା୧୨: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ, ପ୍ରାର୍ଥ ଦାସ, ଡି. କିରଣ ପାତୁରୁଡୁ, କେ. ନରସିଂହ ପାତ୍ର, ମୌସମ ବେହେରା, ଏସ. ଗୌତମ ରାୟ, କାହ୍ନା ସାବତ।
ସୂଚନାଯୋଗ୍ୟରେ ନଭେମ୍ବର ୧୧ ତାରିଖରେ ଏହି କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା। କିଛି ଛାତ୍ର ମିଳିତଭାବେ ଛାତ୍ରୀଙ୍କୁ ରାଗିଂ କରିବା ସହ ହଇରାଣ ହରକତ କରୁଥିବା ନେଇ ପିଡ଼ିତା ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୯ ଜଣ ଛାତ୍ରଙ୍କୁ ଅନିଦ୍ଧିଷ୍ଟ କାଳ ପାଇଁ କ୍ୟାମ୍ପସ ବାରଣ କରାଯାଇଥିଲା।ଏହି ଛାତ୍ରମାନେ ଯେପରି କଲେଜ ଭିତରକୁ ପ୍ରବେଶ କରିବେ ନାହିଁ ସେ ନେଇ ନଜର ରଖିବାକୁ ଆଣ୍ଟି ରାଗିଂ କମିଟିର ଆବାହକ ଡ. ଏକେ ସେଠଙ୍କୁ ଦାୟିତ୍ବ ଦିଆଯାଇଥିଲା।ଏହା ଭିତରେ ଆଣ୍ଟି ରାଗିଂ କମିଟି ପକ୍ଷରୁ ରାଗିଂ ଘଟଣାରତଦନ୍ତ କରାଯିବା ସହ ପିଡ଼ିତା ଛାତ୍ର ଓ ରାଗିଂରେ ସଂପୃକ୍ତ ଥିବା ଛାତ୍ରଙ୍କୁ ପଚରାଛରା କରାଯାଇଥିଲା।ଏହି ୯ ଜଣଙ୍କ ମଧ୍ୟରୁ ଉପରୋକ୍ତ ୭ ଜଣ ଛାତ୍ର ରାଗିଂରେ ସଂପୃକ୍ତ ଥିବା ପ୍ରମାଣିତ ହେବା ପରେ ସେମାନଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ମନା କରିଦିଆଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ. ଆରକେ ନାୟକ ମଙ୍ଗଳବାର ନୋଟିସ ଜାରି କରିଛନ୍ତି।ଯଦି ଛାତ୍ରମାନେ କ୍ୟାମ୍ପସରେ ଦେଖା ଯାଆନ୍ତି ତେବେ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
BREAKING NEWS
- ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ: ମୁଖ୍ୟମନ୍ତ୍ରୀ
- ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…
- CM Air Health Service: ମାଓ ଅଧ୍ୟୁଷିତ ମାଲକାନଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା…
- ‘୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ୧୦,୫୯୯ କୋଟିର ରେଳ ବଜେଟ୍ ଆବଣ୍ଟନ କରାଯାଇଛି’
- ୧୮,୧୧୧ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ, କେବଳ ଏହି ଜିଲ୍ଲାରେ ସର୍ବାଧିକ…
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
Comments are closed.