Latest Odisha News

BREAKING NEWS

୧ମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:  ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା ମିଳିଛି  । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଆଗୁଆ ରହିଛନ୍ତି ବର୍ଷା । ୧ମ ରାଉଣ୍ଡରେ ବିଜେପି ୫୫୦୧, ବିଜେପି ୩୭୮୯ ଓ କଂଗ୍ରେସ ୨୦୬ ଭୋଟ୍ ରେ ଆଗୁଆ ଅଛନ୍ତି ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରଦୀପ ପୁରୋହିତ ପଦ୍ମପୁର ଆସନରୁ ବିଧାୟକ ଥିଲେ । ୨୦୧୯ରେ ସେ ବିଜେପି ଟିକେଟରେ ପଦ୍ମପୁର ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମିଳିଥିଲା ଜନସମର୍ଥନ ।

୨୦୧୯ ନିର୍ବାଚନରେ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭ ହଜାର ୫୬୫ ଖଣ୍ଡ ଭୋଟ୍ । ୫ ହଜାର ୭୩୪ ଖଣ୍ଡ ଭୋଟରେ ବିଜୟ ରଞ୍ଜନ ବିଜୟୀ ହୋଇଥିଲେ ।

ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ପୁରୋହିତ, ବିଜୟ ରଞ୍ଜନ ବରିହାଙ୍କୁ ୪ ହଜାର ୫୨୦ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଥିଲେ । ପ୍ରଦୀପ ପୁରୋହିତଙ୍କୁ ୬୮ ହଜାର ୯୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବରିହାଙ୍କୁ ୬୪ ହଜାର ୪୦୬ ଖଣ୍ଡ ଭୋଟ୍ ମିଳିଥିଲା ।

ବିଗତ ନିର୍ବାଚନ ଗୁଡ଼ିକୁ ଦେଖିଲେ ୨୦୧୪ ପରେ ପଦ୍ମପୁରରେ ବିଜେପି କୁହନ୍ତୁ ଅବା ପ୍ରଦୀପ ପୁରୋହିତଙ୍କ ସ୍ଥିତି ବେଶ୍ ଭଲ ରହିଛି ।

Leave A Reply

Your email address will not be published.