ଓଡ଼ିଶା ସମ୍ଧାଦ ବୁରୋ : ସାଧାରଣତଃ ଶୀତ ଦୀନରେ ଓଠ ଫାଟିବା ସମସ୍ୟା ଦେଖାଯାଇଥାଏ । ଓଠ ଶୁଷ୍କ ହୋଇଯିବା, ମଳିନ ଦେଖାଯିବା, ରୁକ୍ଷ ହୋଇଯିବା ପରି ସମସ୍ୟା ଦେଖାଦେଇଥାଏ । ତେବେ ଆମେ ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ।
ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ, ଦେଖିବେ ଆପଣଙ୍କ ଓଠ ଫାଟିବା ତୁରନ୍ତ ବନ୍ଦ ହୋଇଯିବ ।
କଞ୍ଚା କ୍ଷୀର ମଧ୍ୟ ଲଗାଇଲେ ଓଠ ଶୁଷ୍କତା ଦୂର ହୋଇଥାଏ ।
ପ୍ରତି ୨-୩ଦିନରେ ଥରେ ଓଠକୁ ସ୍କ୍ରବ୍ କରନ୍ତୁ । ପୁରୁଣା ଦାନ୍ତ ଘଷା ବ୍ରଶ୍ରେ ଚିନି ଲଗାଇ ଓଠ ଉପରେ ଘଷିଲେ ମୃତକୋଷିକା ବାହାରିଯିବ ଫଳରେ ଓଠ ଚିକ୍କଣ ଦେଖାଯିବ ।
ଓଠରେ କୌଣସି କ୍ରିମ୍/ଲିପ୍ଷ୍ଟିକ୍ ଲଗାଇବା ପୂର୍ବରୁ ମହୁ ନଚେତ୍ କ୍ଷୀର ସର ଲଗାନ୍ତୁ । ଓଠ ଶୁଷ୍କ ହେବ ନାହିଁ ଏବଂ ଆପଣଙ୍କ ଓଠ ପୂର୍ବଠୁ ଆହୁରି ସୁନ୍ଦର ଦିଶିବ ।
Comments are closed.