Latest Odisha News

BREAKING NEWS

ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡ ଘଟଣା ଥମି ନଥିବା ବେଳେ ପୁଣି ରାଜଧାନୀରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା । ସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ  । ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ  । ତେବେ ସୁଟକେସରେ ଥିବା ମହିଳା ଜଣକ କିଏ ତାଙ୍କ ପରିଚୟ ମିଳିପାରି ନାହିଁ  । ମୃତ ମହିଳାଙ୍କ ବୟସ ୨୮ ରୁ ୩୦ ବର୍ଷ ବୋଲି ଜଣାପଡ଼ିଛି  ।

ପୋଲିସ କହିବା ଅନୁଯାୟୀ, ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ । ୧୦ ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି  । କାରଣ ସୁଟକେସରେ ଥିବା ମହିଳାଙ୍କ ମୃତଦେହ କିଛି ଅଂଶ ପଚିବାକୁ ଆରମ୍ଭ କଲାଣି । ନଳା ନିକଟରେ ସୁଟକେସ୍‌ ପଡିଥିବା ଦେଖି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ପିସିଆରକୁ ଫୋନ କରିଥିଲେ । ପଞ୍ଜାବୀ ବାଗ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସକୁ ଜବତ କରି ଖୋଲି ଦେଖିବା ପରେ ମହିଳାଙ୍କର ମୃତଦେହ ଥିବା ଜାଣିବାକୁ ପାଇଥିଲା । ଏନେଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି  ।

 

 

Leave A Reply

Your email address will not be published.