Latest Odisha News

BREAKING NEWS

ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ

ଶ୍ୱେତପଦ୍ମା ପାଢ଼ୀଙ୍କ ରନ୍ଧାବଢ଼ାରୁ ‘ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ’ 

ବେବି କର୍ଣ୍ଣ ବା ପରିବା ମକା ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ୟାକୁ ଆପଣ ସିଝେଇ କିମ୍ବା ମସରୁମ୍ ସହ ମିଶେଇ ତରକାରୀ କିମ୍ବା ଫ୍ରାଏ କରି ବିଭିନ୍ନ ରକମର ପ୍ରସ୍ତୁତ କରି ପାରିବେ । ଏହା ଏକ ନିରାମିଷ ବ୍ୟଞ୍ଜନ ଯାହା କି ଆପଣଙ୍କୁ ଲୁଣିଆ ସହ ମିଠାର ଏକ ମିଶ୍ର ସ୍ବାଦ ପ୍ରଦାନ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ସ, ଫସଫରସ, କ୍ୟାଲସିୟମ ଏବଂ ଧାତବ ଲବଣ ଯେପରିକି ଶ୍ବେତସାର, ସ୍ନେହସାର, ପୃଷ୍ଟିସାର ଏବଂ ଜଳୀୟ ଅଂଶ ଥାଏ ।

ଆବଶ୍ୟକୀୟ ଉପକରଣ: – ବେବି କର୍ଣ୍ଣ ୨୫୦ ରୁ ୫୦୦ ଗ୍ରା.ମ.(ଆପଣଙ୍କ ପରିବାରର ଆବଶ୍ୟକୀତା ଅନୁଯାୟୀ), ୩/୪ ବଡ ପିଆଜ, ୧/୨ କ୍ୟାପସିକମ୍, ୨ବଡ ଚାମଚ ଅଦା ରସୁଣ ଛେଚା, ୨ ବଡ଼ ଚାମଚ ମଇଦା, ୨ବଡ ଚାମଚ କର୍ଣ୍ଣଫ୍ଲୋର, ୨/୩ଟା କଞ୍ଚାଲଙ୍କା, ଟମାଟୋ ସସ୍, ଚିଲ୍ଲୀ ସସ୍, ସୋୟା ସସ୍,୧ ଛୋଟ ଚାମୁଚ ମହୁ, ସ୍ବାଦ ଅନୁସାରେ ଲୁଣ ଓ ହଳଦୀ ।

ପ୍ରସ୍ତୁତି ପ୍ରଣାଳୀ: – ପ୍ରଥମେ ବେବି କର୍ଣ୍ଣ ସବୁ ଭଲ ଭାବେ ପାଣିରେ ଧୋଇ ସିଝାଇ ଦିଅନ୍ତୁ । ମକା ସିଝିଗଲେ ମଧ୍ୟମ ଆକାରରେ କାଟନ୍ତୁ ।

ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, ଅଦା ରସୁଣ ପେଷ୍ଟ, ଲୁଣ, ହଳଦୀ ଏବଂ ଚିଲ୍ଲୀ ସସ୍ ସବୁ ମିଶେଇ ଅଳ୍ପ ପାଣିରେ ଘୋଳ ପ୍ରସ୍ତୁତ କରନ୍ତୁ ‌। ସେଇ ଘୋଳରେ କଟା ଯାଇଥିବା ବେବି କର୍ଣ୍ଣ ସବୁକୁ ଭଲ ଭାବରେ ଗୋଳେଇ ପକୁଡି ପରି ତେଲରେ ଛାଣି ଦିଅନ୍ତୁ । ତାପରେ ଗୋଟେ କରେଇରେ ଅଳ୍ପ ତେଲ ଗରମ କରି ସେଥିରେ କଞ୍ଚାଲଙ୍କା ପକାନ୍ତୁ । ତାପରେ କଟା ପିଆଜ ସବୁ ଗୋଲ୍ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପିଆଜ ସବୁ କୁ ପତଳା ଲମ୍ବା ଲମ୍ବା କରି କାଟିଲେ ଭଲ । ସେଥିରେ କ୍ୟାଲସିକମ୍ କୁ ଲମ୍ବା ଲମ୍ବା କାଟି ୨ ମିନିଟ୍ ପର୍ଯ୍ୟନ୍ତୁ ଭାଜନ୍ତୁ । ପରେ ପରେ ସେଥିରେ ସବୁ ରକମର ସସ୍, ହଳଦୀ, ଲୁଣ ଦେଇ ୩/୪ ମିନିଟ୍ କଷନ୍ତୁ । ତାପରେ ଫ୍ରାଏ ବେବି କର୍ଣ୍ଣ ସବୁ ପକେଇ ପାଞ୍ଚ ମିନିଟ୍ କମ୍ ଆଞ୍ଚରେ ବସାନ୍ତୁ ଯାହା ଦ୍ବାରା କି ମିଶ୍ରଣ ବେଡି କର୍ଣ୍ଣ ସହ ଭଲଭାବରେ ମିଶି ଯିବ । ଶେଷକୁ ମହୁ ମିଶେଇ ଗରମ ଗରମ ପରଷନ୍ତୁ । ଏଇ ବ୍ୟଞ୍ଜନକୁ ଆପଣ ଭାତ ଓ ପରଟା ଉଭୟ ସହ ଖାଇ ପାରିବେ ।

 

Leave A Reply

Your email address will not be published.