Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୧୯-୦୭-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୯ ରିଖ ଶୁକ୍ରବାର କର୍କଟ ୦୩ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ବିଛା ଧନୁ ମୀନ ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜି: ପୋଟଳ ଖାଇବା ନିଷେଧ

ମେଷ : କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଶତୃମାନେ ପରାଜିତ ହେବେ
ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ପ୍ରତିକାର: ଓଁ ନମଃ ନାରାୟଣାୟ ଏହି ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ବୃଷ : ଆଜି ଆପଣ ଯଗିରଖି ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।
ପ୍ରତିକାର:କଞ୍ଚାକ୍ଷୀରରେ ଅରୁଆ ଚାଉଳ ମିଶାଇ ଡାଳିମ୍ବ ଗଛ ମୂଳରେ ଢାଳନ୍ତୁ

ମିଥୁନ : ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ ।
ବ୍ୟବସାୟୀମାନେ ଲାଭବାନ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟ ପାଇଁ ଚିନ୍ତିତ
ହେବେ ।
ପ୍ରତିକାର:ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

କର୍କଟ : ପ୍ରତେକଟି କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ । ଅପରାହ୍ନରେ ଶୁଭ ଖବର ପାଇ ମନ ଖୁସି ରହିବ ।ଶରୀର ସୁସ୍ଥ ରହିବ ।ଯାତ୍ରା ପାଇଁ ଦିନଟି ଶୁଭପ୍ରଦ ହେବ ।ମହିଳାମାନଙ୍କର କାର‌୍ୟ୍ୟ ପ୍ରଶଂସନୀୟ ହେବ
ପ୍ରତିକାର:ସାତଟି ନୀଳ ଅପରାଜିତ ଫୁଲ କାଳୀଙ୍କୁ ଚଢାନ୍ତୁ

ସିଂହ : ଆଶା କରୁଥିବା ଦିଗରୁ ଅର୍ଥ ପାଇବେ
ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।ସତସଙ୍ଗ ଓ ଧର୍ମ ଚର୍ଚ୍ଚା ପ୍ରତି ମନ ବଳାଇବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ
ପ୍ରତିକାର :ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

କନ୍ୟା : ସ୍ନେହ ଶ୍ରଦ୍ଧା ସଦ୍ଇଛା ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର‌୍ୟ୍ୟାଦା ବୃଦ୍ଧି ପାଇବ ।ସ୍ତ୍ରୀ ଙ୍କ ପ୍ରେରଣାରୁ ଉପକୃତ ହେବେ ।ବହୁଦିନର ସମସ୍ୟା ସମାଧାନ ହେବ ।ଶତୃମାନେ ପରାଜିତ ହେବେ ।
ପ୍ରତିକାର:ଚଢେଇମାନଙ୍କୁ ମୁଗଡାଲି ଖାଇବାକୁ ଦିଅନ୍ତୁ

ତୁଳା : ପରିବାରରେ ମନମାଳିନ୍ୟ ଦେଖା ଦେଇପାରେ ।ବ୍ୟବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।ମହିଳାମାନେ ଅଶାନ୍ତି ରେ ଦିନ କାଟିବେ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର ସହାଯ୍ୟ ସହଯୋଗ ମିଳିବ ପାଇବେ ନାହିଁ ।
ପ୍ରତିକାର:ପାଞ୍ଚଟି ତ୍ରିଶାଖା ବେଲପତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବଙ୍କୁ ଚଢାନ୍ତୁ

ବିଛା : ଦୀର୍ଘ ଦିନର ଅଭିଳାଷ ପୁରଣ ହେବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅଟକି ରହିଥିବା କାର‌୍ୟ୍ୟକୁ ସମ୍ପୁର୍ଣ୍ଣ କରିବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ କୃତିତ୍ବ ଅର୍ଜନ କରିବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟା ହେବେ ।
ପ୍ରତିକାର:କାଗିଜି ଲେମ୍ବୁଟିଏ ପାଖରେ ରଖନ୍ତୁ

ଧନୁ : ଶାରୀରିକ ଏବଂ ମାନସିକ ପାରିବାରିକ
ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ। ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।
ପ୍ରତିକାର:ଗଣେଶଙ୍କ ନିକଟରେ ସାତଟି ରାଶି ଲଡୁ ଭୋଗକରି ପିଲାମାନଙ୍କୁ ବାଣ୍ଟନ୍ତୁ

ମକର : ଆଜ ଦିନ ଭଲ ଅଛି, ମାନସିକ ଶାନ୍ତି ମିଳିବ । ପ୍ରତ୍ୟେକ ପ୍ରତିଯୋଗିତା ରେ ସଫଳତା ପାଇବେ ।ମହିଳାମାନେ କୌଣସି
ସାଙ୍ଗଠନିକ କାର‌୍ୟ୍ୟରେ ପ୍ରଶଂସନୀୟା ହେବେ । ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ହେବ ।
ପ୍ରତିକାର:ନିଜ ଖାଦ୍ୟରୁ କିଛି କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ : ଆଜି ସାଂସାରିକ ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ । ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋ ନିବେଶ କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର‌୍ୟ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।
ପ୍ରତିକାର:ଶିବ ପଞ୍ଚାକ୍ଷରୀ ମନ୍ତ୍ରକୁ ପାଞ୍ଚ ଥର ଜପ କରନ୍ତୁ

ମୀନ : ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ ।ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।
ପ୍ରତିକାର:୨୫୦ଗ୍ରାମ ମସୁର ଡାଲି କୌଣସି ଭିକାରିକୁ ଦାନ କରନ୍ତୁ

Leave A Reply

Your email address will not be published.