Latest Odisha News

BREAKING NEWS

ମୁହାଁମୁହିଁ ହେବ ଜେରା ! ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ରିମାଣ୍ଡ ବେଳେ ଇଡି ଆଗରେ ମୁହଁ ଖୋଲିଲେନି ଅର୍ଚ୍ଚନା । ଏବେ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ବସାଇ ଜେରା କରିବ ଇଡି । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କରିଛି ।

ଜଗବନ୍ଧୁ ଚାନ୍ଦଙ୍କୁ ୧୫ ଦିନ ଲାଗି ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ ଅର୍ଚ୍ଚନା ନାଗଙ୍କୁ ୭ ଦିନ ଲାଗି ରିମାଣ୍ଡ ଅନୁମତି ମାଗିଛି । ପୂର୍ବରୁ ଇଡି, ଅର୍ଚ୍ଚନା ନାଗଙ୍କୁ ୧୫ ଦିନିଆ ରିମାଣ୍ଡ ଲାଗି କୋର୍ଟରେ ଆବେଦନ କରିଥିବା ବେଳେ ୭ ଦିନ ଲାଗି ଅନୁମତି ମିଳିଥିଲା ।

୭ ଦିନର ରିମାଣ୍ଡ ବେଳେ ଅର୍ଚ୍ଚନା ଇଡିକୁ ଜେରାରେ ସହଯୋଗ କରି ନଥିବା କୁହାଯାଉଛି । ଫଳରେ ପୁଣି ଥରେ ଇଡି, ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି । ସ୍ୱାମୀ, ସ୍ତ୍ରୀଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଲେ ଇଡି ମୁହାଁମୁହିଁ ବସାଇ ଜେରା କରି ତଥ୍ୟ ବାହାର କରିବ ।

କିଭଳି ନାଗ-ଚାନ୍ଦ ଦମ୍ପତି ୪ରୁ ୫ ବର୍ଷ ମଧ୍ୟରେ ପାଖାପାଖି ୩୦ କୋଟି ଟଙ୍କା କମାଇଲେ । ବିଶାଳ ସାମ୍ରାଜ୍ୟରେ କାହାର ଲାଗିଛି କଳାଧନ ? ହନିଟ୍ରାପ୍, ବ୍ଲାକମନି ମାମଲା ନାଗ-ଚାନ୍ଦ ଦମ୍ପତିଙ୍କୁ କିଏ ଯୋଗାଉ ଥିଲା ସୁରକ୍ଷା ? ଶ୍ରଦ୍ଧାଞ୍ଜଳିଙ୍କ ଭଳି କେତେ ଝିଅ ଅର୍ଚ୍ଚନାଙ୍କ ରାକେଟରେ ଫସି ବଡ଼ ବଡ଼ିଆଙ୍କୁ ଫସାଇ ଥିଲେ ? ଏସବୁ ସହ କଳାଟଙ୍କା ଆୟ ବ୍ୟୟର ସବୁ ଦିଗକୁ ନେଇ ଇଡି ଜେରା କରିବ ।

Leave A Reply

Your email address will not be published.