Latest Odisha News

ସଂସଦରେ ଥାଇ କିଭଳି ଓକିଲ ଲାଇସେନ୍ସ ରଦ୍ଦ ହେଲା, ପ୍ରଶ୍ନ କଲେ ସାଂସଦ ସୁରେଶ ପୂଜାରୀ

ବରଗଡ: ସାଂସଦ ସୁରେଶ ପୂଜାରୀଙ୍କ ଓକିଲ ଲାଇସେନ୍ସ ରଦ୍ଦ ହୋଇଛି। ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ବିରୋଧରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ ସମ୍ବଲପୁରର ସମସ୍ତ ଓକିଲଙ୍କ ଲାଇସେନ୍ସ 18 ମାସ ପାଇଁ ବାତିଲ ହୋଇଛି। ଯେଉଁଥିରେ ସାଂସଦ ସୁରେଶ ପୂଜାରୀଙ୍କ ଲାଇସେନ୍ସ ମଧ୍ୟ ରହିଛି। ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ସୁରେଶ ପୂଜାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ମୁଁ ତ ସଂସଦରେ ଉପସ୍ଥିତ ରହିଛି। ଆନ୍ଦୋଳନ ସ୍ଥଳରେ ନାହିଁ । ଏପରି ସ୍ଥିତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ କେଉଁ ଆଧାରରେ ଲାଇସେନ୍ସ ବାତିଲ କଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି ତାଙ୍କୁ ଓଡ଼ିଶାର ବାର କାଉନସିଲ୍ ଅଫ୍ ଇଣ୍ଡିଆ ଲାଇସେନ୍ସ ଦେଇଛି। ଏପରି ସ୍ଥିତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ କିପରି ଲାଇସେନ୍ସ ବାତିଲ କରିବାକୁ ଅଧିକାର ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। କାର୍ଯ୍ୟାନୁଷ୍ଠାନରୁ ଜଣାପଡୁଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଉଦ୍ଦେଶ୍ୟ କ’ଣ। ଏହା କହିଛନ୍ତି ସାଂସଦ ପୂଜାରୀ ଯିଏକି ପେଶାରେ ଜଣେ ଆଇନଜୀବୀ।

ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ଓକିଲଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନି। ଏପରି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପକ୍ଷ ଶୁଣିବା ଉଚିତ ଥିଲେ ବୋଲି କହିଛନ୍ତି। ଯଦି ଆତଙ୍କବାଦୀ କୋର୍ଟରେ ପକ୍ଷ ରଖିପାରୁଛନ୍ତି ତାହାଲେ ଓକିଲମାନେ କାହିଁକି ପକ୍ଷ ରଖିପାରିବେ ନାହିଁ ବୋଲି ବରଗଡ ସାଂସଦ ପ୍ରଶ୍ନ କରିଛନ୍ତି।

Comments are closed.