Latest Odisha News

ସଂସଦରେ ଅର୍ଚ୍ଚନା ମାମଲା ଉଠାଇ ସିବିଆଇ ତଦନ୍ତ ଦାବି କଲା ବିଜେପି

ନୂଆଦିଲ୍ଲୀ: ୨ ମାସରୁ ଅଧିକ ସମୟ ଧରି ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଛି । ଲୋକସଭାର ଅପରାହ୍ଣ ଅଧିବେଶନରେ ବିଜେପି ସାଂସଦ ସୁରେଶ ପୂଜାରୀ ଅର୍ଚ୍ଚନା ନାଗ ମାମଲା ଗୃହରେ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି । ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ଅଭିଯୁକ୍ତ ଇଡି ରିମାଣ୍ଡରେ ଅଛନ୍ତି । ହନିଟ୍ରାପରେ ଏକାଧିକ ରାଜନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ, ବିଲ୍ଡର୍ସ, ବ୍ୟୁରୋକାଟ୍ ଓ ପୋଲିସ ଅଧିକାରୀ ଫସିଥିବା କୁହା ଯାଉଛି ।

ଅର୍ଚ୍ଚନା ହାଇ ପ୍ରୋଫାଇଲ୍ ଦେହ ବ୍ୟବସାୟ ଚଳାଉ ଥିଲେ । ଜଣେ ନାରୀ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ମାମଲାର ତଦନ୍ତ ସିବିଆଇ କରିବା ସହ ଶୁଣାଣି ଫାଷ୍ଟ ଟ୍ରାକରେ କୋର୍ଟ କରିବାକୁ ଦାବି କରିଛନ୍ତି ସୁରେଶ ପୂଜାରୀ ।

ଏବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଛି । ଏହି ସମୟରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି । ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା । ପରେ ଗିରଫ ହୋଇଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଇଡି ଅର୍ଚ୍ଚନା ମାମଲା ହାତକୁ ନେବା ପରେ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିବା ସହ ଏକାଧିକ ଜଣଙ୍କୁ ଜେରା କରି ସାରିଲାଣି । ତଥାପି ନାଗ ଫାଶର ସବୁ ଗୁମର ବାହାରିନି ।

Leave A Reply

Your email address will not be published.