Latest Odisha News

BREAKING NEWS

ଜାନୁୟାରୀ ୨୬ରେ ରିଲିଜ ହେବ ରାଜକୁମାର ସନ୍ତୋଷୀଙ୍କ ଗାନ୍ଧୀ-ଗଡସେ ଏକ ଯୁଦ୍ଧ ଫିଲ୍ମ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମ ମେକର ରାଜକୁମାର ସନ୍ତୋଷୀ ୯ ବର୍ଷର ବ୍ରେକ ପରେ ତାଙ୍କ ଆଗାମୀ ଫିଲ୍ମ ନେଇ ଆସିଛନ୍ତି । ଗାନ୍ଧୀ-ଗଡସେ ଏକ ଯୁଦ୍ଧ ନାମକ ଏହି ଫିଲ୍ମ ଏବେଠାରୁ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ଏହା ରିଲିଜ ହେବ । ଭାରତରେ ମହାତ୍ମା ଗାନ୍ଧୀ ଏବଂ ନଥୁରାମ ଗଡସେଙ୍କ ବିପରୀତ ବିଚାରଧାରାକୁ ନେଇ ଏହି ଫିଲ୍ମ ଆଧାରିତ । ଏଥିରେ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି । ପୂର୍ବରୁ ଜାତୀୟ ପୁରସ୍କାର ହାସଲ କରିଥିବା ସନ୍ତୋଷୀ ଦାମିନ, ଘାୟଲ, ଅନ୍ଦାଜ ଅପନା ଅପନା, ପୁକାର, ଅଜବ ପ୍ରେମ କି ଗଜବ କହାନୀ, ଲଜ୍ଜା, ଚାଇନା ଗେଟ ଓ ଖାକୀ ପରି ଫିଲ୍ମ କରି ଦର୍ଶକଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ।

ମାତ୍ର ଏହା ପରେ ହଠାତ ସେ ନୀରବ ହୋଇ ଯାଇଥିଲେ । ଏବେ ସେ ପ୍ରତ୍ୟାବର୍ତନ କରିଛନ୍ତି । ଫିଲ୍ମ କ୍ରିଟିକ ତରଣ ଆଦର୍ଶ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଫିଲ୍ମ ରିଲିଜ ସମ୍ପର୍କରେ ଘୋଷଣା କରିଛନ୍ତି । ଏହାର ଷ୍ଟାର କାଷ୍ଟ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.