Latest Odisha News

BREAKING NEWS

ଆଜିଠୁ ବଢିବ ଶୀତ, ଥରିବ ରାଜ୍ୟ

ଭୁବନେଶ୍ୱର: ଧୀରେଧୀରେ ଫେରୁଛି ଶୀତ । ଥରିବ ରାଜ୍ୟ । ରାଜ୍ୟକୁ ଶୀତ ଫେରିବା ଆରମ୍ଭ କଲାଣି। ଗତକାଲି ରାତିରେ ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିଲା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଶୀତ ବଢିବ। ଝାରସୁଗୁଡ଼ାଠାରେ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ଥିବା ଜଣାଯାଇଛି ।

ଆସନ୍ତା ୨ ଦିନରେ ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ଧୀରେ ଧୀରେ କମିବ । ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେହିପରି କେନ୍ଦୁଝରରେ ତାପମାତ୍ରା ୧୧.୬ , ବାଲେଶ୍ବରରେ ୧୨.୩ ଓ ସୁନ୍ଦରଗଡ଼ରେ ୧୨ ଡିଗ୍ରି ତାପମାତ୍ରା ରହିଛି । ପାରଦ ଆହୁରି କମିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ପାରଦସ୍ତରରେ ୨ରୁ ୩ ଡିଗ୍ରି ହ୍ରାସ ପାଇବା ।

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଶୀତ ଲହରୀକୁ ନେଇ ଆଲର୍ଟ ଜାରି କର ଯାଇଛି । ଆଇଏମଡି କହିବା ଅନୁଯାୟୀ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡରେ ସୀତା ପ୍ରକୋପ ବଢିବ ।  ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି
Leave A Reply

Your email address will not be published.