Latest Odisha News

ତେଜିଲା ହିଜାବ ବିରୋଧୀ ଆନ୍ଦୋଳନ, ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ

ନୂଆଦିଳ୍ଲୀ: ଗିରଫ ହେଲେ ଇରାନ ପ୍ରସିଦ୍ଧ ଅଭିନେତ୍ରୀ ତରାନେହ ଅଲିଦୋସ୍ତୀ । ତେହରାନ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଛି । ଇରାନରେ ଚାଲିଥିବା ଇରାନରେ ହିଜାବ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଥିଲେ ଅଲିଦୋସ୍ତୀ । ସେ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ହିଜାବ ପିନ୍ଧି ନ ଥିଲେ । ମହିଳା, ଜୀବନ, ସ୍ୱାଧୀନତା ଲେଖାଥିବା ଏକ କାଗଜ ଧରିଥିଲେ । ଇରାନ ସରକାର ବିରୋଧରେ ଚାଲିଥିବା ସଂଘର୍ଷର ଏହା ଏକ ପ୍ରତୀକ । ଅଲିଦୋସ୍ତୀ ଇରାନର ସବୁଠାରୁ ପ୍ରଭାବଶାଳୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ଜଣେ ଓସ୍କାର ପୁରସ୍କାର ବିଜେତା ଅଭିନେତ୍ରୀ ମଧ୍ୟ

ବ୍ରିିଟିଶ ଖବରକାଗଜ ଦ ଗାର୍ଜିଆନ ଅନୁସାରେ, ଅଲିଦୋସ୍ତୀଙ୍କ ଗିରଫ ଘଟଣାରୁ ଏକଥା ସ୍ପଷ୍ଟ ଯେ, ସରକାର ପ୍ରସିଦ୍ଧ କଳାକାର, ଖେଳାଳି ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗିରଫ କରି ବିଦ୍ରୋହକାରୀଙ୍କୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । କାରଣ ଏମାନେ ସୋସିଆଲ ମିଡିଆକୁ ବ୍ୟବହାର କରି ସରକାରଙ୍କୁ ଚାଲେଞ୍ଜ ଦେଉଛନ୍ତି ।

ତେବେ ଇରାନ ସୁରକ୍ଷା ବଳ ମଧ୍ୟରୁ କେଉଁ ବିଭାଗ ଅଲିଦୋସ୍ତୀଙ୍କୁ ତାଙ୍କ ଘରୁ ଗିରଫ କରି ନେଇଛି ତାହା ସ୍ପଷ୍ଟ ଜଣାନାହିଁ । ଅନ୍ୟପକ୍ଷେ ହେହରାନ ପକ୍ଷରୁ କୁହାଯାଇଛି ଯେ, ଅଲିଦୋସ୍ତିଙ୍କୁ ତାଙ୍କର ଉତ୍ତେଜନାକାରୀ ଟିପ୍ପଣୀ ଦେବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କର ଗିରଫ ଖବର ଫିଲ୍ମ ନିର୍ଦ୍ଦେଶକ ସାମିୟା ମିରଶମ୍ସି ଦେଇଥିଲୋ । ପରେ ସରକାରୀ ମିଡିଆ ଅଲଦୋସ୍ତୀଙ୍କ ଗିରଫଦାରୀ ଖବର ଦେଇଥିଲେ । ଘଟଣାର ଯାଞ୍ଚ ଚାଲିଛି ।

Leave A Reply

Your email address will not be published.