Latest Odisha News

BREAKING NEWS

ମନ୍ତ୍ରୀ ରୀତା ସାହୁଙ୍କ ପୁୁଅ ଥାନାରେ ଅଟକ

ବିଜେପୁର: ମନ୍ତ୍ରୀ ରୀତି ସାହୁଙ୍କ ପୁଅ ଥାନାରେ ଅଟକ। ମହିଳାଙ୍କୁ ଖରାପ ବ୍ୟବହାର ସହିତ ଶାଢୀ ଟାଣିବା ଅଭିଯୋଗର ପୋଲିସ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ଥାନାରେ ଅଟକ ରଖିଛି। ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମାମଲାରେ ପୁଲିସ ରୀତାଙ୍କ ପୁଅକୁ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀଙ୍କ ପୁଅ ସୌରଭ ଓ ତାଙ୍କର ସାଙ୍ଗସାଥୀ ମାନେ ବିଜେପୁର ସ୍ଥିତ ଆହର କେନ୍ଦ୍ରରେ ମାଦକ ଦ୍ରବ୍ୟ ସେବନ କରୁଥିଲେ। ଏହି ସମୟରେ ଏନଏସି ଅଧ୍ୟକ୍ଷା ସୀତା ବାରିକ ଯାଉଥିଲେ। ଆଉ ସୌରଭ ସଂପୃକ୍ତ ମହିଳା ନେତ୍ରୀଙ୍କୁ ଗାଳି ଗୁଲଜ କରିବା ସହିତ ଅଭଦ୍ର ଭାଷା କହିଥିଲେ। ଏପରିକି ମହିଳାଙ୍କ ଶାଢୀ ଟାଣିଥିବା ଅଭିଯୋଗ ରହିଛି। ଏପରିକି ବିବାଦ ବଢିବା ପରେ ରୀତା ସାହୁଙ୍କ ପୁଅ ମହିଳାଙ୍କ ଶାଢୀ ଭିଡି ଚିରି ଦେଇଥିବା ସୂଚନା ରହିଛି। ଏହାପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ମନ୍ତ୍ରୀଙ୍କ ପୁଅ ଘଟଣାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବାରୁ ପୁଲିସ ମଧ୍ୟ କ’ଣ କରିବ ଚାପରେ ଥିବା ସୂଚନା ରହିଛି।ତେବେ ଏହି ଘଟଣା ପରେ ବିଜେପୁରରେ ଅପ୍ରିତିକର ପରିସ୍ଥିତି ଏଡାଇବାକୁ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି  ଏବଂ ବିଜେପୁରରେ ଦୋକାନ ବଜାର ବନ୍ଦ ରଖିଛି ପ୍ରଶାସନ।

 

 

 

Comments are closed.