Latest Odisha News

BREAKING NEWS

ଉତ୍ତର ଭାରତରେ କାଲୁଆ କରୁଛି ଶୀତ ଲହରୀ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରୀ । ଦିଲ୍ଲୀ ଏନସିଆର୍ ସହିତ ଉତ୍ତର ଭାରତର ତିନୋଟି ରାଜ୍ୟରେ ଶୀତ ଥରାଉଛି । ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗାଡି ମନ୍ଥର ଗତିରେ ଯାଉଛି । ସକାଳୁ କୁହୁଡି ପାଇଁ ଭିଜିବିଲିଟି ୧୦୦ ମିଟର ରହୁଛି । ଆଇଏମଡି ସୂଚନା ଅନୁସାରେ ପାରଦ ୪ ଡିଗ୍ରୀକୁ ଖସିପାରେ । ଗତକାଲି ଏଠାରେ ୫ ଡିଗ୍ରୀ ଥିଲା ତାପମାତ୍ରା । ଏଥିରୁ ବୁଝିହେବଯେ ଦିଲ୍ଲୀରେ ଥଣ୍ଡା କେତେ  ।

ଆସନ୍ତା ଦୁଇ ଦିନ ଏପରି ଶୀତ ଲହରୀ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ଏଥିପାଇଁ ପାଣିପାଗ ବିଭାଗ ଥଣ୍ଡା ସତର୍କତା ଜାରି କରିଛି । ହରିଆଣା, ରାଜସ୍ଥାନ ଓ ୟୁପିରେ ପାରଦ ୫ରୁ ୭ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ପଞ୍ଜାବରେ ତାପମାତ୍ରା ୪ଡିଗ୍ରୀ ତଳକୁ ଖସି ୨.୮ ଡିଗ୍ରୀରେ ରହିଛି । ଗତକାଲି ରାତିରେ ଏଠାରେ ଶୀତ ଲହରୀ ରେକର୍ଡ କରିଛି । ଡିସେମ୍ୱର ୩୦ ତାରିଖ ଯାଏଁ ଜାରି ରିପୋର୍ଟରେ ପାଣିପାଗ ବିଭାଗ କୁହୁଡି ନେଇ ମଧ୍ୟ ସୂଚନା ଦେଇଛି ।

 

Leave A Reply

Your email address will not be published.