Latest Odisha News

ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ-ନଡ୍ଡା

ତୁମୁଡିବନ୍ଧ: ଓଡ଼ିଶାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ତୁମୁଡିବନ୍ଧଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡ଼ିଶାକୁ ବଞ୍ଚିତ କରିଛନ୍ତି ନବୀନ ସରକାର । ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ ବୋଲି କହି ଏପରି ସରକାରକୁ ୨୦୨୪ରେ ବିଦା କରିବାକୁ କହିଛନ୍ତି ନଡ୍ଡା ।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ତୁମିଡିବନ୍ଧଠାରେ ଏକ ଜନସଭାକୁ ସମ୍ବୋଧିତ କରି  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଜାତୀୟ ଅଧ୍ୟକ୍ଷ ନଡ୍ଡା ।  ନଡ୍ଡା କହିଥିଲେ, ମୁଖ୍ୟମନ୍ତ୍ରୀ ୬୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରିଛନ୍ତି । ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି ହେଲେ ନବୀନ ସରକାର ମନା କରୁଛନ୍ତି । ଏ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କହିଥିଲେ । କୁଆଡେ ଗଲା ? ରତ୍ନ ଭଣ୍ଡାର ଚାବି କୁଆଡେ ଗଲା ?  ରତ୍ନ ଭଣ୍ଡାର ଏବେ ସୁରକ୍ଷିତ ଅଛି କି ନାହିଁ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ନଡ୍ଡା ।

ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି ନଡ୍ଡା କହିଥିଲେ, ଏ ଦେଶ କିଏ ଚଲାଉଛି ଜଣାପଡୁନି । ଏଠି ରକ୍ଷକ ଭକ୍ଷକ ଥିଲା । କିନ୍ତୁ ଏବେ ରକ୍ଷକ ନିଜେ ନିଜେ ସୁରକ୍ଷିତ ନୁହଁନ୍ତି । ସେ କ’ଣ ସୁରକ୍ଷା ଦେବେ ? NCRB ରିପୋର୍ଟ ଅନୁସାରେ ଏ ରାଜ୍ୟରେ ମହିଳା ନିର୍ଯାତନା ଦୁଇଗୁଣ ଅଧିକ । ସବୁଠାରୁ ମହିଳା ଚାଲାଣ ଓ ମାନବ ଚାଲାଣ ଓଡ଼ିଶାରୁ ହିଁ ହେଉଛି । ଓଡ଼ିଶା ପୋଲିସ ଉପରେ ସବୁଠି ଆକ୍ରମଣ ହେଉଛି । ତେଣୁ ଏପରି ସରକାରକୁୂ ଆଗାମୀ ୨୦୨୪ ନିର୍ବାଚନରେ ଏ ସରକାରଙ୍କୁ ଫିଙ୍ଗି ରାଜ୍ୟରେ ଏବଂ ଦେଶରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେଇଥିଲେ ।

ନଡ୍ଡା ଆହୁରି କହିଥିଲେ, ମୋଦିଙ୍କ ନେତୃତ୍ୱରେ ଦେଶ ଆଗେଇ ଚାଲିଛି । ଓଡ଼ିଶାରେ ବି ମୋଦି ଅନେକ କାମ କରିଛନ୍ତି ।  ରାଜ୍ୟରେ ୮୬ଟି ଏକଲବ୍ୟ ବିଦ୍ୟାଳୟ୍ର ଖୋଲିଛି ।

ନଡ୍ଡା ତାଙ୍କ ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ । ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁଙ୍କ ନାଁ ମଧ୍ୟ ନେଇଥିଲେ ।

Comments are closed.