Latest Odisha News

OS EXCLUSIVE: ଋଷ ପର୍ଯ୍ଯଟକଙ୍କ ଶବଦାହକୁ ନେଇ ଋଷ ରାଷ୍ଟ୍ରଦୂତ ଏବଂ ମନୀଷ ତିଓ୍ୱାରୀଙ୍କ ମଧ୍ୟରେ ଟ୍ବିଟ୍ ଓ୍ୱାର

ଭୁବନେଶ୍ୱର: ଋଷ ସାଂସଦ ତଥା ବ୍ୟବସାୟୀ ପାଭେଲ ଆଂଟୋଭ ଓ ତାଙ୍କର ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ନେଇ ଗୋଟିଏ ପଟେ ରହସ୍ୟ ଘେରରେ ରହିଛି। ଅନ୍ୟପଟେ ଦୁଇ ଜଣଙ୍କ ଶବଦାହକୁ ନେଇ ଋଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ ଏବଂ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀଙ୍କ ମଧ୍ୟରେ ତେଜିଛି ଟ୍ବିଟ୍ ଓ୍ୱାର।

ଉଲ୍ଲେଖଯୋଗ୍ୟ ସାଂସଦ ମନୀଷ ତିଓ୍ୱାରୀ ଗୋଟିଏ ଦିନ ପୂର୍ବରୁ ତିୱାରୀ ସାଂସଦ ପାଭେଲ ଏବଂ ତାଙ୍କ ବନ୍ଧୁ ବିଦାନୋଭଙ୍କୁ ପୋଡ଼ି ଦେବାକୁ ନେଇ ପ୍ରଶ୍ନ କରିଥିଲେ। ଖ୍ରୀଷ୍ଟଧର୍ମ ଅନୁଯାୟୀ କବର ଦେବାର ନିୟମ ରହିଥିଲା ବେଳେ କେଉଁ ଆଧାରରେ ପୋଡି ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଥିଲେ। ଏପରି କରି ପୋଲିସ ରହସ୍ୟଜନକ ମୃତ୍ୟୁର ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରୁଛି କି ବୋଲି ପ୍ରଶ୍ନ କରିଥିଲେ।

ମନୀଷ ତିଓ୍ୱାରୀ ଲେଖିଛନ୍ତି ଯେ, ‘ଦୁଇ ଖ୍ରୀଷ୍ଟ ଧର୍ମର ବ୍ୟକ୍ତିଙ୍କୁ କବର ଦିଆଯାଇ ନଥିଲା କିନ୍ତୁ ସେମାନଙ୍କୁ ଶବଦାହ କରାଯାଇଥିଲା। କାହିଁକି?’

ଋଷ ରାଷ୍ଟ୍ରଦୂତ ଆଲିପୋଭ ଏହାର ଜବାବ ଦେଇ କହିଛନ୍ତି, ‘ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଓଡିଶାରେ ଋଷ ନାଗରିକଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ଆମେ ପ୍ରଶଂସା କରୁଛୁ। କିନ୍ତୁ ହର୍କ୍ୟୁଲ୍ ପୋଏରୋଟର ପ୍ରଶଂସକମାନେ ଜାଣିବା ଉଚିତ ଯେ ଋଷରେ ଶବଦାହ କରିବା ସହିତ ସମାଧି ଦେବା ପରମ୍ପରା ରହିଛି। ଆଳସ୍ଯ ଅନେକ ମନ୍ଦ ଉଦ୍ଦେଶ୍ଯର ମୂଳ କାରଣ।

ପରେ କଂଗ୍ରେସ ସାଂସଦ ମଧ୍ୟ ଋଷରେ ସମାଧି ପରମ୍ପରା ଏବଂ ସେଠାରେ ଥିବା ଚର୍ଚ୍ଚ ଦ୍ୱାରା ଜାରି ବିବୃତ୍ତି ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିରେ ଲେଖାଯାଇଛି ଯେ ଋଷରେ ମୃତ ଶରୀରକୁ କବର ଦେବା ଏବଂ ମୃତକମାନଙ୍କୁ ପୋଡ଼ିବା ପରମ୍ପରା ରହିଛି ଯାହା ଚର୍ଚ୍ଚ ଆଖିରେ ଗ୍ରହଣୀୟ ନୁହେଁ।

ଋଷର ସାଂସଦ ଏବଂ ତାଙ୍କ ସାଙ୍ଗ ରାୟଗଡାସ୍ଥିତ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ମୃତ୍ୟୁ ବରଣ କରିଛନ୍ତି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ବିବାଦ ବଢ଼ିଛି। କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି।

ଋଷର ଲୋକମାନେ ଛୁଟିଦିନ ପାଇଁ ଓଡିଶାର ରାୟଗଡାକୁ କାହିଁକି ଆସିଲେ? ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି ଯେ ବିଦାନୋଭଙ୍କ ଶରୀରରେ ଆଭ୍ୟନ୍ତରୀଣ ଆଘାତ ଲାଗିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୋଟିଏ ଦିନ ପୂର୍ବରୁ କହିଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଆଇନ ଅନୁଯାୟୀ ଏ ଦିଗରେ ପଦକ୍ଷେପ ନେଉଛନ୍ତି।

 

 

 

Comments are closed.