ନୂଆଦିଲ୍ଲୀ: ଜୋମାଟୋ ଲିମିଟେଡ ମ୍ୟାନେଜମେଂଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ସୋମବାର କମ୍ପାନୀର ସହ ପ୍ରତିଷ୍ଠାତା ଏବଂ ମୁଖ୍ୟ ଟେକ୍ନୋଲୋଜି ଅଫିସର ଗୁଞ୍ଜନ ପାଟୀଦାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ କେଉଁ କାରଣ ନେଇ ଇସ୍ତଫା ଦେଲେ ତାହା ଜଣାପଡି ନାହିଁ । ପୂର୍ବରୁ କୋ ଫାଉଣ୍ଡର ମୋହିତ ଗୁପ୍ତା, ରାହୁଲ ଗଞ୍ଜୁ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ତେବେ ପାଟୀଦାର, ଦୀପିନ୍ଦର ଗୋଏଲ ଓ ପଙ୍କଜ ଚଢ଼ା କମ୍ପାନୀର କୋ ଫାଉଣ୍ଡର ଥିଲେ । ୨୦୧୮ରେ ଚଢ଼ା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
ଜୋମାଟୋର କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । କମ୍ପାନୀ ରିପୋର୍ଟ ଅନୁସାରେ ଗତ ଆର୍ଥୀକ ବର୍ଷରେ କମ୍ପାନୀର କ୍ଷତି ୪୩୯.୯ କୋଟି ଥିଲା । ପରିଚାଳନାରେ ଏହାର ରାଜସ୍ୱ ୬୨.୨୦ ବଢ଼ି ୧୬୬୧.୩ କୋଟିରେ ପଂହଚିଛି । ଗତ ବର୍ଷ ନଭେମ୍ବରରେ ତାଙ୍କ କମ୍ପାନୀର ସିଇଓ ପଦରୁ କୋ ଫାଉଣ୍ଡର କରାଯାଇଥିଲା ।
Comments are closed.