Latest Odisha News

BREAKING NEWS

ମଣିଷ ମରା ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବଣୁଆ କୁକୁରଙ୍କ ଚାଲିଥିଲା ଆତଙ୍କରାଜ୍‌ । ସରକାରଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କୁ କରାଗଲା ନିପାତ୍‌ ।  ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ କରାଯାଇ ଏହି ହତ୍ୟା କରାଯାଇଛି  । ଏହି ବଣୁଆ କୁକୁରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୟଭୀତ କରି ରଖିଥିଲେ  ।

ବଚ୍ଛୱାଡ଼ା ବ୍ଲକ୍‌ ମୁଖିଆ ଆସୋସିଏସନ୍‌ର ଅଧ୍ୟକ୍ଷ ପ୍ରଭାତ କୁମାର କହିବା ଅନୁଯାୟୀ, ବର୍ଷକ ଭିତରେ ବୁଲା କୁକୁରଙ୍କ କାମୁଡ଼ାରେ ୯ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ମହିଳା ଆହତ ହୋଇଛନ୍ତି । ୨୦୨୨ରେ ପ୍ରାୟ ୧୦ ଜଣ ଲୋକଙ୍କୁ ଏହି କୁକୁରମାନେ କାମୁଡ଼ିଥିଲେ । ବଚ୍ଛୱାଡ଼ା ବ୍ଲକ୍‌ରେ କୁକୁର ମାନେ ଆତଙ୍କ ଖେଳାଇଥିବା ବେଳେ ପ୍ରଶାସନ ପକ୍ଷରୁ ସୁଟର୍‌ଙ୍କୁ ଡକାଯାଇ ଏହି କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି  ।

ତେବେ ପାଟନାରୁ ଆସିଥିବା ସୁଟର ଟିମ୍‌ ମଙ୍ଗଳବାର ଦିନ ୧୬ଟି କୁକୁର ଏବଂ ବୁଧବାର ୧୪ ଟି କୁକୁରଙ୍କୁ ହତ୍ୟା କରିବାରେ ସଫଳ ହୋଇଛି ସୁଟର ଟିମ୍‌ ।

Leave A Reply

Your email address will not be published.