Latest Odisha News

BREAKING NEWS

ତାଳଚେର କୋଇଲା ଖଣିରେ ଦୁର୍ଘଟଣା, ୧୦ରୁ ଅଧିକ ଶ୍ରମିକ ଆହତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ମାଟି ଅତଡ଼ା ଖସିଯିବା ଫଳରେ ଦୁର୍ଘଟଣା ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ବିଳମ୍ବିତ ରାତିରେ କୋଇଲା ଖୋଲା କାମ ଚାଲିଥିବା ବେଳେ କୌଣସି କାରଣବଶତଃ ମାଟି ଅତଡ଼ା ଖସିଯାଇଥିଲା । ଫଳରେ ତଳେ କାମ କରୁଥିବା ଅନେକ ଗାଡି ମୋଟର , ଯନ୍ତ୍ରାଂଶ ସହ କିଛି ଶ୍ରମିକ ଦବି ରହିଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି ।

ଘଟଣାସ୍ଥଳରେ ଖଣି କର୍ତ୍ତୃପକ୍ଷ, ପୋଲିସ, ଦମକଳ ବାହିନୀ ଓ ସ୍ବେଛାସେବୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।

ତେବେ ପାଖାପାଖି ୧୦ରୁ ଅଧିକ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ । ଏଯାବତ୍ ମାଟି ତଳେ କେତେଜଣ ଫସି ରହିଛନ୍ତି ସେନେଇ କୌଣସି ସ୍ପଷ୍ଟ ହୋଇପାରିନଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.