Latest Odisha News

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମ୍ସ ପରିଦର୍ଶନର କିଛି ସମୟ ପରେ ଖସିଲା ସିଲିଂ, ୨ ଆହତ

ଭୁବନେଶ୍ୱର: ବିଭିନ୍ନ ସମୟରେ ଭୁବନେଶ୍ୱର ଏମ୍ସ ଚର୍ଚ୍ଚାରେ ରୁହେ । ସର୍ବାଧିକ ଚର୍ଚ୍ଚା ହୁଏ ରୋଗୀ ସେବାକୁ ନେଇ । ଘଣ୍ଟା ଘଣ୍ଟା, ରାତି ରାତି ଶୀତ କାକରରେ ପଡ଼ି ରହିବା ପରେ ଏମ୍ସ ଡାକ୍ତର ରୋଗୀ ଦେଖନ୍ତି । ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଭୁବନେଶ୍ୱରରେ ଥିବା ବେଳେ ଏମ୍ସରେ ଅଘଟଣ ଘଟିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଆଜି ଭୁବନେଶ୍ୱର ଏମ୍ସ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ରୋଗୀ ସେବାରେ ସୁ୍ଧାର, ଉତ୍ତମ ଚିକିତ୍ସା ନେଇ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଥିବା ବେଳେ ଏମ୍ସ ଛାତରୁ ସିଂଲି ଖସିଛି ।

ମିଳିଥିବା ସୂଚନା ଅନୁସାରେ, ରୁମ୍ ନମ୍ବର ୭ରୁ ସିଲିଂ ଖସିଛି । ସେଠାରେ ଜଣେ ମାତ୍ର ରୋଗୀ ଥିବା ବେଳେ ୨ ଜଣ ସମ୍ପର୍କୀୟ ଥିଲେ । ସମ୍ପର୍କୀୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ଉପରେ ସିଲିଂ ଖସିବା ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Comments are closed.