ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ କହିଛନ୍ତି ଯେ, ପ୍ରୋଗ୍ରାମ କୋଡ୍ ବିରୋଦ୍ଧୀ ଖବର ପ୍ରସାରଣ ନ କରାଯାଉ।
ରକ୍ତ, ମୃତ ଶରୀର ଏବଂ ଶାରୀରିକ ନିର୍ଯାତନା ଭଳି ଦୃଶ୍ୟକୁ ପ୍ରସାରଣରୁ ବାଦ ଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ଚ୍ୟାନେଲରେ ଏହା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ, ସୋସିଆଲ ମିଡିଆରୁ ନିଆଯାଇଥିବା ହିଂସାତ୍ମକ ଭିଡିଓଗୁଡିକୁ ଟେଲିଭିଜନ ଚ୍ୟାନେଲ ଗୁଡିକ ଏହି ଦୃଶ୍ୟକୁ ଏଡ଼ିଟ ନ କରି ସିଧା ସଳଖ ପ୍ରସାରଣ କରୁଛନ୍ତି। ଯାହାକି ମହିଳା ଏବଂ ଶିଶୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି।
କେବଳ ଏତିକି ନୁହେଁ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ଯ କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ବ୍ୟକ୍ତିଙ୍କ ଶବ, ପଡିଥିବା ରକ୍ତଛିଟା, ହତ୍ୟା ଓ ଗରୁତର ହୋଇ ପଡିଥିବା ବ୍ୟକ୍ତିଙ୍କ ଫୁଟେଜ ଦେଖାଇବା ଦ୍ବାରା ଖରାପ ପ୍ରଭାବ ପକାଉଛି। ରକ୍ତ, ମୃତ ଦେହ ଏବଂ ଶାରୀରିକ ନିର୍ଯାତନା ଚିତ୍ର ଟିଭି ଚ୍ୟାନେଲର ପ୍ରୋଗ୍ରାମ କୋଡ ବିରୁଦ୍ଧ ଅଟେ ବୋଲି କହିଛି ମନ୍ତ୍ରଣାଳୟ ।
Comments are closed.