Latest Odisha News

କେଉଁ ପରିସ୍ଥିତିରେ ବିରାଟ ଏବଂ ରୋହିତ ଶର୍ମାଙ୍କ ବିକଳ୍ପ କଥା ଚିନ୍ତା କରୁଛି ବିସିସିଆଇ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉତ୍ତରାଧିକାରୀ କିଏ? ହୁଏତ ଏବେ ଆପଣଙ୍କ ମନକୁ ଏହାର ଉତ୍ତର ଆସୁନଥିବ ବା କେବେ ଭାବିନଥିବେ। ହେଲେ ବିସିସିଆଇ କିନ୍ତୁ ଏ ବାବଦରେ ଭାବିବା ଆରମ୍ଭ କରିଦେଇଛି। 2022 ବର୍ଷ ଶେଷ ବେଳକୁ ବଡ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଏବେ ବଡ ଖେଳାଳିଙ୍କ ଉତ୍ତରାଧିକାରୀ ବାଛିବା ଆରମ୍ଭ କରି ଦେଇଛି। କ୍ରିକେଟର ତିନୋଟି ଫର୍ମାଟ ପାଇଁ ଖେଳାଳି ଫିଟ୍ ରଖି ପିଚକୁ ଖେଳାଳି ଛାଡିବାକୁ ଚାହୁଁଛି ବିସିସିଆଇ। ତେଣୁ ଏବେ ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିରାଟ ଏବଂ ରୋହିତକୁ ନେଇ ସସପେନ୍ସ ବଢୁଛି। ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳି ନୂଆ ବର୍ଷର ପ୍ରଥମ ଟି -20 ସିରିଜରେ ମଧ୍ୟ ଖେଳି ନାହାଁନ୍ତି। ଏବଂ, ନ୍ୟୁଜିଲାଣ୍ଡ ବିପକ୍ଷରେ ବର୍ଷର ଦ୍ୱିତୀୟ ଟି -20 ସିରିଜରେ, ଖେଳିବେ କି ନାହଁ ସସପେନ୍ସ ବଢିଛି। କ୍ରିକେଟ୍‌ର ଟି-20 ଫର୍ମାଟରେ ବିସିସିଆଇ ବର୍ତ୍ତମାନ ଏହି ଦୁଇ ବଡ ଖେଳାଳିଙ୍କ ବିକଳ୍ପ ଚିନ୍ତା କରୁଛି ବୋଲି ଖବର ରହିଛି।

ଚେତନ ଶର୍ମାଙ୍କ ନେତୃତ୍ୱରେ ନୂଆ ବିସିସିଆଇ ଚୟନ କମିଟିର ପ୍ରଥମ ବୈଠକ ହେବାକୁ ଯାଉଛି ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳ ଚୟନ କରାଯିବ। ଏହି ଚୟନ ବୈଠକରେ କିଛି ବଡ ନିଷ୍ପତ୍ତି ନିଆଯିବ, ଯେଉଁଥିରେ ଭାରତୀୟ ଟି -20 ଦଳରେ ରୋହିତ-ବିରାଟଙ୍କ ଭବିଷ୍ୟତ ସ୍ଥିର ହେବ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ ସ୍ପୋର୍ଟକୁ କହିଛନ୍ତି, “ଏବେ ଟିମ୍ ଇଣ୍ଡିଆର ଉନ୍ନତି ପାଇଁ ଏବଂ ଆମେ ଚିନ୍ତା କରୁଛୁ। ଆମେ ଅନୁଭବ କରୁଛୁ ଯେ ବର୍ତ୍ତମାନ ରୋହିତ-ବିରାଟଙ୍କ ବିକଳ୍ପ ଚିନ୍ତା କରିବାର ସମୟ ଆସିଛି। ସେଥିପାଇଁ ଭବିଷ୍ୟତରେ ଏହାକୁ ଦୃଷ୍ଟିରେ ରଖି ଏକ ଟିମ୍ ଗଠନ କରିବାକୁ ପଡ଼ିବ। ତଥାପି, ଏହା ଉପରେ ଅନ୍ତିମ ନିଷ୍ପତ୍ତି କେବଳ ଚୟନକର୍ତ୍ତାଙ୍କ ହେବ।

ଅନ୍ୟପକ୍ଷରେ ରୋହିତ ଶର୍ମା ଟି -20 କ୍ରିକେଟ୍ ଖେଳିବା ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗୌହାଟିରେ ପ୍ରେସ କନଫରେନସ ବେଳେ ଏଭଳି କହିଥିଲେ ହିଟ୍ ମ୍ୟାନ୍। ତେବେ ସେ T20 ଫର୍ମାଟ୍ ଛାଡିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି କହିଛନ୍ତି।

ତେବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡସ୍ପୋର୍ଟକୁ କହିଛନ୍ତି, “ଯଦି ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି -20 ସିରିଜ ପାଇଁ ମନୋନୀତ ହୋଇନାହାଁନ୍ତି, କିମ୍ବା ଯଦି ତାଙ୍କ ନାମକୁ ବିଚାର କରାଯାଏ ନାହିଁ, ତେବେ ଏହାର ଅର୍ଥ ନୁହେଁ ଯେ ତାଙ୍କୁ ଦଳ ଡ୍ରପ କରିଛି। ଏହାର ଏକମାତ୍ର ଲକ୍ଷ୍ୟ କେବଳ ସେମାନଙ୍କ ବିକଳ୍ପ ବାବଦରେ ଚିନ୍ତା କରିବାକୁ ଯାଇ ଏପରି ଏକ ନିଷ୍ପତ୍ତି ନିଆଯାଇଛି।

ଟିମ୍ ଇଣ୍ଡିଆରେ ବାରମ୍ବାର ନୈରାଶ୍ୟଜନକ ପ୍ରଦର୍ଶନ ପରେବି ଅନେକ ଖେଳାଳି ମ୍ୟାଚ ଖେଳୁଥିବାର ନିଜର ରହିଛି। ଯଦି ବିସିସିଆଇ ଏପରି କିଛି ନିଷ୍ପତ୍ତି ନେବ ତାହେଲେ ଅନେକ ଖେଳାଳିଙ୍କ ମନମାନି ଆଉ ଚାଲିବ ନାହିଁ ଦଳରେ।

 

Comments are closed.