Latest Odisha News

ଶ୍ମଶାନରୁ ଉଦ୍ଧାର ହେଲା ଅପହରଣ ହୋଇଥିବା ଯୁବକ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଅପହରଣ କରିି ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଅଞ୍ଚଳର ଉତ୍ତମ କୁମାର ଷଡ଼ଙ୍ଗୀକୁ କିଛି ବାଇକ୍ ଆରୋହୀ ତାଙ୍କୁ କଲେଜ କ୍ୟାମ୍ପସରୁ ବଳପୂର୍ବକ ଉଠାଇ ନେଇ ଜଟଣୀର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେମାନେ ତାଙ୍କୁ ମାଡ଼ ମାରିବା ପରେ ଏକ ଶ୍ମଶାନ ପଡ଼ିଆରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ପୋଲିସ ବିଟେକ ଦ୍ୱିତୀୟ ବର୍ଷର ଛାତ୍ର ନୀତିଶକୁ ଗିରଫ କରିଛି।

ଉଦ୍ଧାର ହୋଇଥିବା ଯୁବକ ଜଣକ କହିଛି, ‘ମୁଁ ଏକ ଜନ୍ମଦିନ ପାର୍ଟିରୁ ଫେରୁଥିଲି, ଏହି ସମୟରେ କିଛି ଦୁର୍ବୃତ୍ତ ଆସି ମୋତେ ଆକ୍ରମଣ କରିଥିଲେ।। ଏହି ସମୟରେ ମୋ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ସେମାନେ ମୋତେ ଏକ ନିଛାଟିଆ ସ୍ଥାନକୁ ନେଇ ମାଡ଼ ମାରିଥିଲେ। ମୋର ସିନିୟରମାନେ ଏ ବିଷୟରେ ଜାଣିବାକୁ ପାଇବା ପରେ ମୋତେ ଶ୍ମଶାନରୁ ଉଦ୍ଧାର କରିଥିଲେ।

 

Comments are closed.