Latest Odisha News

BREAKING NEWS

କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ତାଙ୍କର କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ‘ହାଲ'( ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ )ର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ‘ହାଲ’ ପରିସରରେ ନୂତନ ‘ଶକ୍ତି ଇଞ୍ଜିନ’ (Shakti Engine) ସୁବିଧାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

HAL ସୁନାବେଡ଼ା ୟୁନିଟରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ପାଦନ ବ୍ୟବସ୍ଥା, ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ନେବେ। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସମୀକ୍ଷା ହେବାର କାର୍ଯ୍ୟକ୍ରମ ରହିଛି।

ରାଜନାଥ ସିଂହଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ପ୍ରତିରକ୍ଷା ମନ୍ତ୍ରୀ ହାଲ ର ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରତିରକ୍ଷା ଉତ୍ପାଦନ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଭିଭିଆଇପିଙ୍କ ଗସ୍ତ ପାଇଁ ସୁନାବେଡା ସହରରେ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି । ସୁନାବେଡା ଅଞ୍ଚଳରେ କୌଣସି ବାହାର ଲୋକଙ୍କୁ ଭିତରକୁ ଛଡାଯାଉନାହିଁ ।

Leave A Reply

Your email address will not be published.