Latest Odisha News

‘ଆର୍ଥିକ ମାନଦଣ୍ଡରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆର୍ଥିକ ମାନଦଣ୍ଡ ଆଧାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଏହାପଛକୁ ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ପରିବେଶ ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ଏହି ତାଲିକାର ଶୀର୍ଷରେ ରହିଛି। କର୍ଣ୍ଣାଟକ ଦ୍ୱିତୀୟ ଓ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛି। କ୍ରେଡିଟ୍ ରେଟିଂ ଏବଂ ରିସର୍ଚ୍ଚ କମ୍ପାନୀ କେୟାର ଏଜ୍ ଏହି ରିପୋର୍ଟ ପ୍ରକାଶ କରିଛି।

ସେହିଭଳି ସାମାଜିକ ନିୟମରେ ଦେଶର ଶ୍ରେଷ୍ଠ ରାଜ୍ୟ ହୋଇଛି ଗୁଜରଟା। ଏହାପଛକୁ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟ ରହିଛି।

ରାଙ୍କିଙ୍ଗ୍ ପ୍ରସ୍ତୁତ କରିବାବେଳେ ଭିତ୍ତିଭୂମିର ସ୍ଥିତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଆର୍ଥିକ ପରିଚାଳନା ଏବଂ ପରିବେଶକୁ ମଧ୍ୟ ବିଚାର କରାଯାଇଛି। ମୋଟ ଉପରେ ଶାସନ ବ୍ୟବସ୍ଥାରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ପରେ ତୃତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ।

ଉଲ୍ଲେଖଯୋଗ୍ୟ, କେୟାରଏଜ୍ ରେଟିଂସ୍ (କେୟାର ରେଟିଂସ୍ ଲିମିଟେଡ୍) ଏପ୍ରିଲ 1993ରେ କାମ ଆରମ୍ଭ କରିଥିଲା ଏବଂ ପ୍ରାୟ 3 ଦଶନ୍ଧି ମଧ୍ୟରେ ଭାରତର ଏକ ଅଗ୍ରଣୀ କ୍ରେଡିଟ୍ ରେଟିଂ ଏଜେନ୍ସି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏକ ଅଭିଜ୍ଞ ଗୋଷ୍ଠୀ ଭାବେ ଏହି ସଂସ୍ଥା ମାନ୍ୟତା ପାଇଛି । ସମସ୍ତ ଘରୋଇ ଏବଂ ବିଶ୍ୱ ଅର୍ଥନୈତିକ ବିକାଶ ଉପରେ ପାଖାପାଖି ରିଅଲ୍ ଟାଇମ୍ ଗବେଷଣା ପ୍ରଦାନ କରିଥାଏ ଏହି ସଂସ୍ଥା। ବିଭିନ୍ନ ବିଷୟ ଉପରେ ସ୍ୱତନ୍ତ୍ର ଅଧ୍ୟୟନ ଓ ସର୍ବେକ୍ଷଣ ମଧ୍ୟ କରିଥାଏ। ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଟିମ୍ ସେକ୍ଟର ରିପୋର୍ଟକୁ ନିୟମିତ ଭାବେ ଟ୍ରାକ୍ କରି ପ୍ରକାଶ କରିଥାଏ ଏହି ଟିମ୍।

 

Comments are closed.