Latest Odisha News

BREAKING NEWS

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍‌-ଅପ୍ ଭ୍ୟାନ୍; ଚାଲିଗଲା ୭ ଜୀବନ, ୮ ଗୁରୁତର

ଶଢ଼େଇକଳା ଖରସୁଆଁ: ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍‌-ଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ସକାଳେ ଝାଡ଼ଖଣ୍ଡ ଓଡ଼ିଶା ସୀମା ନିଟସ୍ଥ ଶଢ଼େଇ କଳା ଖରସୁଆଁରେ ଏଭଳି ଦୁର୍ଘଟଣା ଘଟିଛି।

ରାଜନଗର-ଚାଇବାସା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏକ ପିକ୍‌—ପ୍ ଭ୍ୟାନ୍‌ ୩୦ ଶ୍ରୀମିକ ନେଇଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଖଇରବାଣୀ ଗାଁ ନିକଟରେ ଓଲଟିପଡ଼ିଥିଲା। ଏଥିରେ ୭ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି। ସେହିପରି ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହତମାନଙ୍କୁ ରାଜନଗର କମ୍ୟୁନିଟି ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ରାଜନଗର ପୁଲିସ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି।

 

Comments are closed.