ବାଙ୍କୀ: ଜଙ୍ଗଲ ଭିତରେ ପଡିଛି ମଣିଷ ଖପୁରୀ ଓ କଙ୍କାଳ । କାହାର ଏକ ଖପୁରୀ, କଙ୍କାଳ ? ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଗୟଳବାଙ୍କ ନିକଟସ୍ଥ ଜାରିଆ ଜଙ୍ଗଲକୁ କେମିତି ଆସିଲା ?
ଆଜି ପାଟ୍ରୋଲିଂ ବେଳେ ପୋଲିସ ଜଙ୍ଗଲରୁ ଉଦ୍ଧାର କରିଛି ଏହି ଖପୁରି ଓ ନରକଙ୍କାଳ । ପରୀକ୍ଷା ପାଇଁ ଏହାକୁ କଟକ ପଠାଯାଇଛି । ତେବେ ଏହା କାହାର ଏ ନେଇ କିଛି ସ୍ପଷ୍ଟ ଜଣା ପଡୁନି । ଏହା ୫ ମାସ ତଳେ ନିଖୋଜ ଥିବା ନନ୍ଦକିଶୋର ବେହେରାଙ୍କର ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ନନ୍ଦ କିଶାେରଙ୍କ ପୁତୁରାଙ୍କ କହିବା ଅନୁଯାୟୀ, କଙ୍କାଳ ପାଖରୁ ମିଳିଥିବା ସାର୍ଟଟି ନନ୍ଦ କିଶୋରଙ୍କର । ସାର୍ଟ ପକେଟରୁ ମଧ୍ୟ କିଛି କାଗଜପତ୍ର ଭିତରେ ଟଙ୍କା ଥିବା ଜଣାଯାଇଛି । ଏସବୁକୁ ଦେଖିବା ପରେ ଏହା ନନ୍ଦକିଶୋରଙ୍କର ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି ।
Comments are closed.