Latest Odisha News

BREAKING NEWS

Suspicious death of film director:ହୋଟେଲ୍‌ ରୁମ୍‌ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର:ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସକେ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର। ରାଜଧାନୀର ଏକ ହୋଟେଲରୁ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କର ଅସ୍ଵାଭାବିକ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଲହରି ଖେଳି ଯାଇଛି।

କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ଭରତପୁର ଥାନା ପୋଲିସ ଓ ଆମ୍ବୁଲାନ୍ସ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଛି । ହୋଟେଲ୍ ରୁମ୍ ରୁ ସନ୍ଦେହଜନକ ଅବସ୍ଥାରେ ଫିଲ୍ମ ନିର୍ଦ୍ଦେଶକ ଏସ୍‌କେ ମୁରଲୀଧରନଙ୍କ ମୃତଦେହ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ ।

ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ଏହା ଦୁର୍ଘଟଣା ନା ଅନ୍ୟ କିଛି, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ଭରତପୁର ପୋଲିସର ତଦନ୍ତ ଜାରି ରହିଛି ।

ମୁରଲୀଧରନ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ହେଉଛି ଛାତି ଚିରି ଦେଲେ ତୁ, ନେଇ ଯାରେ ମେଘ ମୋତେ, ଆକେଶ କି ରଙ୍ଗ ଲାଗିଲା, ତୋ ଆଖିରେ ମୁଁ, ନୂଆ ନୂଆ ପ୍ରେମ, ମୁଁ ଆଶିକ ମୁଁ ଆଓ୍ଵାରା। ହେଲେ ଛାତି ଚିରି ଦେଲେ ତୁ, ନେଇ ଯାରେ ମେଘ ମୋତେ, ଆକେଶ କି ରଙ୍ଗ ଲାଗିଲା ଫିଲ୍ମ ସୁପର ଡୁପର ହିଟ୍ ହୋଇଥିଲା।

Leave A Reply

Your email address will not be published.