ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାର ଲୁଟ୍ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ ପାଇଛି। ବୁଧବାର ମାମଲାର ବିଚାରକରି ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ କାଳିଆ ପାତ୍ରଙ୍କୁ ଆଜୀବନ ଜେଲ୍ ଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଗଣେଶ୍ୱର ପତି ଏହି ମାମଲାର ଶୁଣାଣି କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମସିହା ଅକ୍ଟୋବର ୩୧ ତାରିଖ ବିଳମ୍ବିତ ରାତିରେ କାଳିଆ ଏବଂ ତାଙ୍କର ଦୁଇଜଣ ନାବଳକ ସହଯୋଗୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେହି ସମୟରେ ଘରେ ସମସ୍ତେ ଶୋଇଥିଲେ। ସେମାନେ ୨୦ ହଜାର ଟଙ୍କା ସହିତ ୫ ଭରି ସୁନା ଅଳଙ୍କାର ଚୋରି କରିନେଇଥିଲେ। ଘରର ସମସ୍ତ ଜିନିଷପତ୍ର ଫିଙ୍ଗା ଫୋପାଡ଼ା କରିଥିଲେ। ଏହି ସମୟରେ ଶବ୍ଦ ଶୁଣି ୯ ବର୍ଷର ନାବାଳିକା ନିଦରୁ ଉଠି ପଡ଼ିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଘର ବାରିପଟକୁ ଟେକିନେଇଥିଲେ। କାଳିଆ ଏବଂ ଅନ୍ୟ ଦୁଇ ନାବାଳକ ତାଙ୍କୁ ଗଣବଳାତ୍କାର କରିଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ତାଙ୍କ ବାପା ଉଠି ପଡ଼ିଥିଲେ। ଘଟାସ୍ଥଳରେ ସେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ଏନେଇ ପୀଡ଼ିତାଙ୍କ ବାପା ପ୍ରଥମେ ବାଲିଛାଇ ଫାଣ୍ଡିରେ ଏତଲା ଦେଇଥିଲେ। ପରେ କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଗଞ୍ଜାମ ଏସପି ବ୍ରିଜେଶ ରଏ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନ୍ୟପଟେ ନାବାଳିକାଙ୍କ ଅବସ୍ଥାର ଗୁରୁତର ଥିବା ଯୋଗୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ପ୍ରାୟ ୧୫ ଦିନ ପରେ ପୋଲିସ କାଳିଆ ସମେତ ଅନ୍ୟ ଦୁଇ ନାବାଳକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଦୁଇ ନାବାଳିକାଙ୍କ ବିଚାରଣ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ଚାଲିଥିବା ବେଳେ ବର୍ତ୍ତମାନ ଉଭୟ ଜାମିନରେ ବାହାରେ ଅଛନ୍ତି। ଅନ୍ୟପଟେ କାଳିଆ ଗିରଫ ପରଠୁ ଜେଲରେ ଥିଲେ। ବୁଧବାର ଏହି ମାମଲାର ବିଚାରଣ ସ୍ୱତନ୍ତ୍ର ପୋକସୋ କୋର୍ଟରେ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ପୁରୁଷୋତ୍ତମପୁର ଏସଡିପିସ ଅଶ୍ୱିନୀ କୁମାର ସାହୁଙ୍କ ସମେତ ୨୧ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ କାଳିଆଙ୍କୁ ଦଣ୍ଡିତ କରାଯାଇଛି। ଅନ୍ୟପଟେ ପୀଡ଼ିତଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ପିପି ମୋହନ ସିଂଗାରୀ ମାମଲାର ପରିଚାଳନା କରୁଥିଲେ।
BREAKING NEWS
- ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ ଓମ୍ଙ୍କ ବଡ଼ ଖୁଲାସା
- ପୁରୀକୁ ଜଗିବେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ, ଚଳାଚଳ କରିବ ୪୦୦ ଅଧିକ ଟ୍ରେନ୍
- Sharp Weapons Recovered:ଘରୁ ମିଳିଲା ୪,୦୦୦ ରୁ ଅଧିକ ଖଣ୍ଡା ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର;ମୋଟ ମୂଲ୍ୟ ୪୩ ଲକ୍ଷରୁ ଅଧିକ
- ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !
- ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗ: ମୋହନ ମାଝୀଙ୍କ ପରେ ଆଉ ଜଣେ ‘ଗୁରୁଜୀ’ ହେବେ ମନ୍ତ୍ରୀ
- ସମସ୍ୟାର ଅନ୍ତ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ ଥଲାପଥୀ
- ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲିଂ କୋଚ ଦାୟିତ୍ୱ ତୁଲାଇବେ ଏହି ଅଭିଜ୍ଞ ସ୍ପିନର
- ଭାରତରେ ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ କେତେ ରହିଛି ଅପରାଧ ମାମଲା ? ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କଲା ଏନସିଆରବି
- PMAY-U 2.0:ଦେଶରେ ସୁଲଭ ସହରାଞ୍ଚଳ ଆବାସ ଯୋଜନାରେ ଓଡ଼ିଶା ପ୍ରଥମ
- ଓଡ଼ିଶା ଉପକୂଳରେ ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରୀକ୍ଷଣ: ଶତ୍ରୁପକ୍ଷକୁ ମାତ୍ ଦେବାକୁ ପ୍ରତିରକ୍ଷା ବାହିନୀକୁ ମିଳିଲା ନୂଆ ଶକ୍ତି
Comments are closed.