ଲକ୍ଷ୍ନୌ: ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଚାଲିଗଲା ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ସରିଫର ଜୀବନ ଖଜୁରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି । ମହମ୍ମଦ ସରିଫ ବଦନପୁରୀର ବାସିନ୍ଦା ଥିଲା ।
ଡିସେମ୍ବର ୩୧, ୨୦୦୭ ଏବଂ ଜାନୁଆରୀ ୧, ୨୦୦୮ ରାତିରେ ରାମପୁର ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୭ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଜଣେ ରିକ୍ସା ଚାଳକ ମଧ୍ୟ ପ୍ରାଣ ହରାଇଥିଲେ ।
ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେରେ ମହମ୍ମଦ ସରିଫ ନାଁ ସାମ୍ନାକୁ ଆସିଥିଲା । ୨୦୧୯ ମସିହାରେ ରାମପୁରର ଏକ କୋର୍ଟ ମହମ୍ମଦ ସରିଫଙ୍କ ସମେତ ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା । ଏଥିରେ ସବାଉଦ୍ଦିନ୍, ଇମ୍ରାନ ଶାହଜାଦ ଏବଂ ମହମ୍ମଦ ଫାରୁକ ସାମିଲ ଥିଲେ । ଜଙ୍ଗ ବାହାଦୁର ଖାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।
ଏହା ପରେ ମାମଲାଟି ଆଲ୍ଲାହାବାଦ ହାଇକୋର୍ଟରେ ପହଞ୍ଚିଲା । ୨୦୨୫ ଅକ୍ଟୋବର ୨୯ରେ ହାଇକୋର୍ଟ ଟ୍ରାଏଲ୍ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଲେ । ତଦନ୍ତରେ ଗୁରୁତର ତ୍ରୁଟି ଦର୍ଶାଇ କୋର୍ଟ ମହମ୍ମଦ ସରିଫ ସମେତ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ହତ୍ୟା, ଆତଙ୍କବାଦ ଏବଂ ଷଡ଼ଯନ୍ତ୍ର ଅଭିଯୋଗରୁ ମୁକ୍ତ କରିଥିଲେ । ତେବେ ହାଇକୋର୍ଟ ସମସ୍ତ ପାଞ୍ଚ ଜଣଙ୍କୁ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡ ଏବଂ ୧ ଲକ୍ଷ ଜରିମାନା ଦଣ୍ଡାଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ମହମ୍ମଦ ସରିଫକୁ ନଭେମ୍ବର ୨୦୨୫ରେ ବରେଲି କେନ୍ଦ୍ରୀୟ କାରାଗାରରୁ ମୁକ୍ତ କରାଯାଇଥିଲା ।
