ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରୁ ଭାରତର ଗୋଆକୁ ଆସୁଥିବା ଏକ ଚାଟାର୍ଡ ବିମାନରେ ବୋମା ଖଞ୍ଜାଯାଇଥିବା ଧମକ ମିଳିବା ପରେ ଭାରତ ନ ଆସି ସଂଗେ ସଂଗେ ଗତିପଥ ବଦଳାଇ ଉଜବେକିସ୍ତାନର ଲାଣ୍ଡ କଲା ବିମାନ। ଶନିବାର ଭୋରରୁ ଏହି ଘଟଣା ଘଟିଛି।
ଋଷର ପର୍ମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ଉଡ଼ାଣ ଭରିଥିବା ଅଜୁର ଏୟାର ଚାଟାର୍ଡ ବିମାନରେ ବୋମା ଖଞ୍ଜାଯାଇଥିବା ଧମକ ମିଳିଥିଲା। ଏହି ବିମାନରେ ମୋଟ ୨୩୮ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୨ ଶିଶୁ, ୭ କ୍ରୁ ମେମ୍ବର ମଧ୍ୟ ଥିଲେ ବୋଲି ବିମାନବନ୍ଦର ପକ୍ଷରୁ କୁହଯାଇଛି।
AZV2463 ବିମାନଟି ଭୋର ୪.୧୫ ମିନିଟରେ ଗୋଆର ଡାବୋଲିମ୍ ବିମାନବନ୍ଦରରେ ଲାଣ୍ଡିଂ କରିବାର ଥିଲା। ହେଲେ ରାତି ୧୨.୩୦ ବିମାନରେ ବୋମା ଖଞ୍ଜାଯାଇଥିଛି ବୋଲି ଏକ ଧମକପୂର୍ଣ୍ଣ ଇ-ମେଲ୍ ଡାବୋଲିମ ଏୟାରପୋର୍ଟକୁ ପଠାଯାଇଥିଲା।। ପରେ ବିମାନଟି ଭାରତୀୟ ଆକାଶ ସୀମାରେ ପ୍ରବେଶ କରିବା ପୂର୍ବରୁ ଏହାର ଗତିପଥ ବଦଳାଇ ଦିଆଯାଇଥିଲା ବୋଲି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି।
ଏଭଳି ଘଟଣା ଦୁଇଥର ଘଟିଲାଣି। ଏହା ପୂର୍ବରୁ ୧୧ ଦିନ ତଳେ ଜାନୁଆରୀ ୯ ତାରିଖରେ ମଧ୍ୟ ମସ୍କୋରୁ ଗୋଆ ଆସୁଥିବା ଏକ ଚାଟାର୍ଡ ବିମାନକୁ ବୋମା ଖଞ୍ଜାଯିବା ଧମକ ମିଳିଥିଲା। ଏହି ବିମାନରେ ୨୪୪ ଯାତ୍ରୀ ଥିଲେ। ଏହାପରେ ଜାମନଗରେ ବିମାନଟି ଜରୁରିକାଳୀନ ଅବତରଣ କରିଥିଲା।
Comments are closed.