Latest Odisha News

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ରାୟପୁର: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ୨୦.୧ ଓଭରରେ ୨ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ରୋହିତ ଶର୍ମା ୫୧ ରନ କରିଥିବା ବେଳେ ଶୁଭମନ ଭିଲ ୪୦ ରନ କରି ନଟଆଉଟ ରହିଥିଲେ । ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୩୪.୩ ଓଭରରେ ୧୦୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଗ୍ଲେନ ଫିଲିପ୍ସଙ୍କ ୩୬, ମିଚେଲ ସାଂଟେନର ୨୭ ଓ ମାଇକେଲ ବ୍ରେସୱେଲ ୨୨ ରନର ଇନିଂସ ଖେଳିବା ଯୋଗୁ ଦଳ ୧୦୦ରନ ଅତିକ୍ରମ କରିପାରିଥିଲା ।

ଭାରତ ପକ୍ଷରୁ ମହମ୍ମସ ସାମୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର ୨ଟି ଲେଖାଁଏ ଏବଂ ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି ।

Leave A Reply

Your email address will not be published.