Latest Odisha News

BREAKING NEWS

କାନ୍ତରା-୨ ଫିଲ୍ମ ସ୍କ୍ରିପ୍ଟ ପାଇଁ କର୍ଣ୍ଣାଟକ ଜଙ୍ଗଲ ବୁଲି ଦେଖିଲେ ରିଷଭ ସେଟ୍ଟି

ମୁମ୍ବାଇ: ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ରିଷଭ ସେଟ୍ଟିଙ୍କ ବ୍ଲକବଷ୍ଟର ଫିଲ୍ମ କାନ୍ତାରା-୨  । ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ତିଆରି କରିପାରିଛି ଏହି କାନ୍ତରା ଫିଲ୍ମ । ରିଷଭ ସେଟ୍ଟି କାନ୍ତାରା-୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି । ରିଷଭ ସେଟ୍ଟି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ ବି କରିବେ ବୋଲି ଜଣାପଡ଼ିଛି।ଏହି ଫିଲ୍ମକୁ ଦର୍ଶକ ଏତେ ଭଲପାଇବା ଦେଇଛନ୍ତି ଯେ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାରେ ଲାଗି ପଡିଲେଣି

ସୂଚନା ଅନୁଯାୟୀ, ହୋମ୍ବେଲ ପ୍ରଡକସନର ସଂସ୍ଥାପକ ବିଜୟ କିରଙ୍ଗଦୁର ଏକ ମିଡିଆ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ରିଷଭ ସେଟ୍ଟି କାନ୍ତାରା ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ସେ ବହୁ ପ୍ରତିକ୍ଷିତ କାନ୍ତରା-୨ ଫିଲ୍ମର ସ୍କ୍ରିପଟିଂରେ ବ୍ୟସ୍ତ ହୋଇ ଗଲେଣି ।ସେ କହିଛନ୍ତି ରିଷଭ ସେଟ୍ଟି ଏବେ କାହାଣୀ ଲେଖୁଛନ୍ତି ।

ଫିଲ୍ମର ରିସର୍ଚ୍ଚକୁ ନେଇ ରିଷଭ ସେଟ୍ଟି ୨ ମାସ ହେବ କର୍ଣ୍ଣାଟକର ଜଙ୍ଗଲରେ ରହିଛନ୍ତି । ବିଜୟ ଆହୁରି ମଧ୍ୟ କହିଛନ୍ତି, ଟିମ ଜୁନରେ ଶୁଟିଂ ଆରମ୍ଭ ହୋଇପାରେ । କାରଣ ଶୁଟିଂର ଗୋଟିଏ ଭାଗରେ ବର୍ଷାର ଆବଶ୍ୟକତା ରହିଛି । ତେବେ ଆସନ୍ତା ବର୍ଷ ଏପ୍ରିଲ ବା ମେ ରେ ଫିଲ୍ମ ସାରା ଦେଶରେ ରିଲିଜ କରିବାର ଯୋଜନା ରହିଛି । ତେବେ କାନ୍ତାରା-୨ ର ବଜେଟ ପ୍ରଥମ ଫିଲ୍ମଠାରୁ ବହୁ ଅଧିକ ହେବ ।

Leave A Reply

Your email address will not be published.