Latest Odisha News

କୁମ୍ଭୀର ପିଠିରେ ବସି ଚଲାଇଲେ ବାଇକ୍, ଭିଡିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ | ସେଥିରୁ  କିଛି ଭିଡିଓ ଭଲ ହୋଇଥିବାବେଳେ କିଛି ଭିଡିଓ ବେଶ୍ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ।  ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କୁମ୍ଭୀର ଉପରେ ବସି ବାଇକ୍ ଚଳାଉଛନ୍ତି।  ହେଲେ ସେ ବିଲକୁଲ  ଭୟଭୀତ ଜଣାପଡୁ ନାହାନ୍ତି । ଏହି ଭିଡିଓୁଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରୁଛି  ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ବାଇକ ଉପରେ ଏକ ବିଶାଳ କୁମ୍ଭୀର ଅଛି। ତାର ହାତ,ଗୋଡ,ମୁହଁ ଆଦି ବାନ୍ଧି ଦିଆଯାଇଛି ଏବଂ ଯୁବକ ଜଣକ କୁମ୍ଭୀର ପିଠି ଉପରେ ବସି ବାଇକ ଚଳାଉଛନ୍ତି ।

ଭାଇରାଲ୍ ଭିଡିଓଟି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା କେତେ ସତ ଏନେଇ ପ୍ରଶ୍ନ ଉଠୁଛି  । କିଏ କହୁଛି ଭିଡିଓ ଏଡିଟ୍ ହୋଇଛି ତ ଅନ୍ୟ କିଏ କହୁଛି କୁମ୍ଭୀରଟି ନକଲି  । ଭିଡିଓଟି Oy._.Starrr ନାମକ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧ଲକ୍ଷ ୪୧ ହଜାର ଲୋକ ପସନ୍ଦ କରିଛନ୍ତି ।

ଏହି ଭିଡିଓରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦବାକୁ ଯାଇ କହିଛନ୍ତି , ମଣିଷ କେତେ ନିଷ୍ଠୁର ସତରେ ।  ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ଭିଡିଓ ଅତ୍ୟାନ୍ତ ଭୟାନକ ଅଟେ |

 

View this post on Instagram

 

A post shared by @oy._.starrr

Leave A Reply

Your email address will not be published.