Latest Odisha News

BREAKING NEWS

ନିଜ ସରକାରର ପୋଲ୍ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ, କହିଲେ ପୋଲିସ ନେଉଛି ଲାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ପୋଲିସ ଏବଂ ଓକିଲ କମିଶନ ନେଉଛନ୍ତି। ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କିହଛନ୍ତି। ରାଜ୍ୟରେ ସ୍ୱଚ୍ଛା ଶାସନ ଚାଲିଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ୫ଟି ସେବା ଆରମ୍ଭ କରିଛନ୍ତି। ୫ଟି ସରକାର ବେଳେ ଦୁର୍ନୀତି କରିଥିବା ବ୍ୟକ୍ତିର ନିସ୍ତାର ନାହିଁ ବୋଲି ରାଜ୍ୟ ସରକାର ଏଭଳି କହି ନିଜ ସରକାରର ଢୋଲ ପିଟୁଛନ୍ତି। ଏହାରି ଭିତରେ ଖୋଦ୍ ଗୃହରାଷ୍ଟମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ନିଜ ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ପୋଲିସ ଏବଂ ଓକିଲ ଲାଞ୍ଚ ନେଉଛନ୍ତି।

ରାଜ୍ୟରେ ପିସି କାରବାର ଚାଲୁନି ବୋଲି ଦାବି ହେଉଥିଲେ ମଧ୍ୟ ବିଭିନ୍ନ ସମୟରେ ପିସି କାରବାର ନେଇ ଅଭିଯୋଗ ଏବେ ବି ହୁଏ। କିନ୍ତୁ ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ଯେତେବେଳେ ଲାଞ୍ଚ ବାବଦରେ ନିଜେ କୁହନ୍ତି ସେତେବେଳେ ମାମଲା ସ୍ବାଭାବିକ ଭାବେ ବଡ ହୋଇଯାଏ। ଯାହା ଏବେ ହୋଇଛି।

ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ଯୌତୁକ, ଏସସି / ଏସଟି (ଅତ୍ୟାଚାର ନିବାରଣ) ଅଧିନିୟମର ବର୍ଗରେ ମାମଲା ଉଲ୍ଲେଖ କରି କହିଛନ୍ତି ଯେ ପ୍ରାୟ ୭୦ ପ୍ରତିଶତ ଏସସି, ଏସଟି ଅତ୍ୟାଚାର ମାମଲା ରାଜନୈତିକ ଉଦ୍ଦେଶ୍ୟ ଭାବେ ପ୍ରଣୋଦିତ। ଏଭଳି ମାମଲା ସରପଞ୍ଚ ଓ ଅନ୍ୟ ସମିତି ସଭ୍ୟ କିମ୍ବା ଜିଲ୍ଲା ପରିଷଦ ସଭ୍ୟଙ୍କ ଜରିଆରେ ଥାନାରେ ପହଞ୍ଚିଥାଏ। ଉଭୟ ଓକିଲ ଓ ପୁଲିସ ଅଧିକାରୀ କିନ୍ତୁ ଆଟ୍ରୋସିଟି ମାମଲାରେ କମିଶନ ନିଅନ୍ତି। ଅନ୍ୟମାନଙ୍କୁ ଫସାଇବା ପାଇଁ ଏସସି, ଏସଟି ଆଟ୍ରୋସିଟି ମାମଲାକୁ ବ୍ୟବହାର କରାଯାଉଛି। ଏପରି ମନ୍ତବ୍ୟକୁ ମନ୍ତ୍ରୀ ବ୍ୟକ୍ତିଗତ ମତ ବୋଲି ଦର୍ଶାଇଛନ୍ତି।

ସେ କହିଛନ୍ତି ଆଟ୍ରୋସିଟି ଅଭିଯୋଗ ସତ ପ୍ରମାଣିତ ହେଲେ ପୀଡ଼ିତଙ୍କୁ କ୍ଷତିପୂରଣ ମିଳୁଛି। ପୀଡ଼ିତା ଯେତେବେଳେ ମୋଟା ଅଙ୍କର କ୍ଷତିପୂରଣ ପାଉଛନ୍ତି ସେତେବେଳେ ପୋଲିସ ଏବଂ ଓକିଲ ସେହି ଟଙ୍କାରେ ଭାଗ ନେଉଛନ୍ତି। ଏହି ଅବସରରେ ମନ୍ତ୍ରୀ ଆଇନ ପରାମର୍ଶଦାତାମାନଙ୍କୁ ଅନୁରୋଧ କରି କହିଛନ୍ତି, ଏଭଳି ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ରୂପେ ଯାଞ୍ଚ ହେବା ଆବଶ୍ୟକ।

 

Comments are closed.