ବାଲେଶ୍ୱର : ସରସ୍ୱତୀଙ୍କ ମୂର୍ତ୍ତି ଆଣିବାକୁ ଯିବାବେଳେ ଓଲଟିଲା ଅଟୋ । ଫଳରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଆସନ୍ତାକାଲି ସରସ୍ୱତୀ ପୂଜା ଥିବାରୁ ସ୍ଥାନୀୟ ଓଲମରା ହାଇସ୍କୁଲର ୫ ଜଣ ଛାତ୍ର ଶିକ୍ଷକ ପ୍ରଦୀପ କୁମାର ଦାସଙ୍କ ସହ ମୂର୍ତ୍ତି ଆଣିବାକୁ ରାଇବଣିଆ ଯାଇଥିଲେ । କଣ୍ଟାବଣି ଛକ ନିକଟରେ ଅଟୋ ଆଗକୁ ଜଣେ ଛୋଟ ପିଲା ଦୌଡି ଆସିଥିଲା । ପିଲାକୁ ବଞ୍ଚାଇବାକୁ ଯାଇ ଅଟୋ ଡ଼୍ରାଇଭର ହଠାତ୍ ବ୍ରେକ ମାରିବାରୁ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋ ଡାଲାରେ ବସି ଯାଉଥିବା ଦଶମ ଶ୍ରେଣୀର ଛାତ୍ର ଅଞ୍ଜନ ମହାପାତ୍ର, ଶିବ ସୁନ୍ଦର ଦାସ, ରାଜେନ୍ଦ୍ର ବେହେରା, ଶିବଶଙ୍କର ପ୍ରଧାନ ଓ ନବମ ଶ୍ରେଣୀ ଛାତ୍ର ସଞ୍ଜୟ ବେହେରା ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପର ଅଞ୍ଜନ ଓ ଶିବ ସୁନ୍ଦରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ପରେ ଅଟୋ ଚାଳକ ଅଟୋ ସହ ସେଠାରୁ ଖସି ପଳାଇଛନ୍ତି ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.