Latest Odisha News

BREAKING NEWS

ଅଚେତ ପଡ଼ିଥିବା ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ବିଜେଡି ନେତା

ଗୁଣପୁର: ମାନବିକତା ଦେଖାଇଲେ ରାୟଗଡ଼ା ଜିଲା ବିଜୁ ଛାତ୍ର ଜନତା ସଭାପତି । ରାସ୍ତାକଡ଼ରେ ଅଚେତ ହୋଇ ପଡ଼ିଥିବା ଜଣେ ଛାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି । ତାଙ୍କର ଏପରି କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏଭଳି ଏକ ଘଟଣା ଘଟିଛି ଗୁଣୁପୁର ବ୍ଲକର ଡ଼ମ୍ବସରାରେ।

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଡ଼ମ୍ବସରାସ୍ଥିତ ଆମ୍ବେଦକର କଲେଜର ଯୁକ୍ତ ୨ ଛାତ୍ରୀ ଅମିତା ଶବର କଲେଜ ଯାଉଥିଲେ । ଯିବା ସମୟରେ କୌଣସି କାରଣରୁ ସେ ହଠାତ୍ ଅସୁସ୍ଥ ହୋଇ ରାସ୍ତାକଡ଼ରେ ଅଚେତ୍ ହୋଇ ପଡ଼ିଥିଲେ । ଏହି ସମୟରେ ସେହି ବାଟ ଦେଇ ରାୟଗଡ଼ା ଜିଲା ବିଜୁ ଛାତ୍ର ଜନତା ଦଳର ସଭାପତି ପିଙ୍କୁ ପଣ୍ଡା କାରରେ ରାୟଗଡ଼ାରୁ ଫେରୁଥିଲେ ।

ଛାତ୍ରୀଙ୍କୁ ଅଚେତ୍ ଅବସ୍ଥାରେ ଦେଖି ଗାଡ଼ି ଅଟକାଇଥିଲେ । ପରେ ଛାତ୍ରୀଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଗୁଣପୁର ସଦର ହସପିଟାଲରେ ଭର୍ତ୍ତି କରିବା ସହ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିଥିଲେ । ଛାତ୍ରୀ ଜଣକ ସୁସ୍ଥ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି । ପିଙ୍କୁଙ୍କ ଏପରି କାର୍ଯ୍ୟ ପାଇଁ ଛାତ୍ରୀଙ୍କ ପରିବାର ଲୋକେ ଓ ଅନ୍ୟମାନେ ପ୍ରଶଂସା କରିଛନ୍ତି ।

 

 

Leave A Reply

Your email address will not be published.