ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସମ୍ବଲପୁର ଜିଲା ମାନେଶ୍ୱର ଗ୍ରାମର ମାନରଞ୍ଜନ ଜେନା ଓ ତାଙ୍କ ସ୍ତ୍ରୀ ଏକ ବାଇକ୍ରେ ଝାରସୁଗୁଡ଼ା କୁଦାବଗାରୁ ନିଜ ଗ୍ରାମକୁ ଯାଉଥିଲେ । ସାପଡ଼ା ଛକରେ ଏକ ଟ୍ରଲର ତାଙ୍କ ବାଇକ୍ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ପଛରେ ବସିଥିବା ମାନରଞ୍ଜନଙ୍କ ସ୍ତ୍ରୀ ଛିଟିକ୍ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମାନରଞ୍ଜନ ଗୁୁରୁତର ଆହତ ହୋଇଛନ୍ତି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାନରଞ୍ଜନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
BREAKING NEWS
- RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…
- ନରେନ୍ଦ୍ର ପୁଷ୍କରିଣୀରୁ ୨ମୃତଦେହ ଉଦ୍ଧାର;ତଦନ୍ତ ଜାରି
- ମହିଳାମାନଙ୍କ ଠାରୁ ୧.୩୮ କୋଟି ଠକିଥିବା ମହିଳା ଧରାପଡିଲେ
- ଆଉ ନାହାଁନ୍ତି ଅନ୍ତର୍ଜାତୀୟ ତୀରନ୍ଦାଜ ରାଜେଶ ହାସଁଦା; କ୍ରୀଡ଼ା ଜଗତରେ ଶୋକର ଛାୟା
- ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ: ୩୫ ବର୍ଷ ପରେ କଲେଜ୍ ପରୀକ୍ଷା ଦେବାକୁ ପହଞ୍ଚିଲେ ୫୦ ବର୍ଷୀୟା ମହିଳା
- ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ
- ଡିଲ୍ ବେଳେ ମହାବଳ ବାଘ ଛାଲ ଜବତ, ଜଣେ ଗିରଫ, ୨ ଫେରାର
- ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ
- Lightning strike:ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ,୮ ଗୁରୁତର ସହ ୧୭ ଛେଳି ମୃତ
- ଏସଆଇଆର ନିୟମରେ ଉଲ୍ଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍

Comments are closed.