Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟର ମରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ନିଜର ନୀତ୍ୟାଦର୍ଶ ଧରି

ଯେ ନିଜ କାମ ଯାଏ କରି

ସେ କେବେ ଚାହେଁନି ବିଶ୍ରାମ

ଲୋଡ଼େନି ବିବାଦ, ସଂଗ୍ରାମ

 

ଅନ୍ୟ କାହାର ସଂଗେ କଳି

ନ କରି ଜାଣେ ଯେଣୁ ଚଳି

ନ ଥାଂତି ତା’ର ଶତ୍ରୁ, ବଂଧୁ

ତା ମନେ ଲାଗେନି ଅଳଂଧୁ

 

ଏକୁଟିଆ ହେବାକୁ ଡରି

ଯେ ହୋଇଯାଏ ସଂଘଚାରୀ

ଅନେକଂକର ବୋଲ ମାନି

କରେ ନିଜ ବ୍ୟକ୍ତିତ୍ବ ହାନି

 

ବ୍ୟକ୍ତିଠୁଁ ବଡ଼ ତା ବ୍ୟକ୍ତିତ୍ବ

ଏ ସିଧା ସତ୍ୟର ମହତ୍ତ୍ବ

ଯାହା ହେଲେ ବି ପରିଣାମ

ବୁଝି ସେ ରହେ କାର୍ଯକ୍ଷମ

 

କେବଳ ଯଶ ଖ୍ୟାତି ପାଇଁ

ଯେ ତୁଚ୍ଛ ସଂପର୍କ ଯୋଡ଼ଇ

ତାହାର ଭାଷାରେ ଛଳନା

ଶୁଣିଲେ ସ୍ପଷ୍ଟ ପଡ଼େ ଜଣା

 

ପାଇବା ନିମଂତେ ଆଦର

ଯେ କରିଥାଏ ମିଥ୍ୟାଚାର

ତାହାର ବାସ୍ତବ ଭାବନା

କାହାକୁ ପଡ଼େନାହିଁ ଜଣା

 

ଏପରି ବ୍ୟକ୍ତି ଗଢ଼ି ଦଳ

ହୁଅଂତି ଯେଉଁଠାରେ ଠୁଳ

ସେଠାରେ ସତ୍ୟର ମରଣ

ନିଶ୍ଚୟ ଘଟେ ପ୍ରତି କ୍ଷଣ

 

କେହି ବି ସମସ୍ତଂକୁ ଧରି

କିଛି ବି ପାରିନାହିଁ କରି

ତଥାପି ଏହି ପରଂପରା

ଚଳୁଛି ଏବେ ବିଶ୍ବ ସାରା

 

ବ୍ୟକ୍ତିର ଅବମୂଲ୍ୟାୟନ

ଘଟିଲେ ସୁଦ୍ଧା ପ୍ରତି କ୍ଷଣ

ଏବେ ବିଶ୍ବବାସୀଂକ ମନ

ଦେଇପାରୁନି ଟିକେ ଧ୍ୟାନ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.