Latest Odisha News

ବଜେଟ ୨୦୨୩-୨୪: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ବ୍ୟବସ୍ଥା ନାହିଁ। ଏଥିସହ ଅର୍ଥମନ୍ତ୍ରୀ ନୂଆ ଟିକସ ବ୍ୟବସ୍ଥାରେ ଛାଡ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଯେଉଁମାନଙ୍କର ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ତେବେ ସେମାନଙ୍କୁ କିଛି ଆୟକର ଦେବାକୁ ପଡିବ। ଏପରି କରି ସୀତାରମଣ ବଜେଟରେ ମଧ୍ୟବିତ୍ତଙ୍କ ଇଚ୍ଛା ପୂରଣ କରିଛନ୍ତି ବୋଲି କୁହାଯାଉଛି। ୯ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ ୪୫ ହଜାର ଟ୍ୟାକ୍ସ ଦେବାକୁ ପଡିବ। ଶୀର୍ଷ ଟିକସ ହାର ୪୨.୫ ପ୍ରତିଶତରୁ ୩୯ ପ୍ରତିଶତକୁ ହ୍ରାସ ପାଇଛି। ୩-୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫% ଟ୍ୟାକ୍ସ।

 

ନୂଆ ଟ୍ୟାକ୍ସ ସ୍ଲାବ                    ନୂଆ ଟ୍ୟାକ୍ସ ହାର

୦% ପର୍ଯ୍ୟନ୍ତ                                                    ୩ ଲକ୍ଷ ପର୍ଯ୍ୟନ୍ତ
୩-୬ ଲକ୍ଷ                                                      ୦୫%
୬-୯ ଲକ୍ଷ                                                       ୧୦%
୯-୧୨ ଲକ୍ଷ                                                     ୧୫%
୧୨-୧୫ ଲକ୍ଷ                                                   ୨୦%
୧୫ ଲକ୍ଷରୁ ଅଧିକ                                            ୩୦%

 

ଉଲ୍ଲେଖଯୋଗ୍ୟ, ଆୟକର ସ୍ଲାବର ଶେଷ ପରିବର୍ତ୍ତନ ୨୦୧୭-୧୮ ବର୍ଷରେ ହୋଇଥିଲା। ଏଭଳି ପରିସ୍ଥିତିରେ ଟିକସଦାତା ଅର୍ଥମନ୍ତ୍ରୀଙ୍କଠାରୁ ବଡ ଆରାମ ଆଶା କରୁଛନ୍ତି। ଏଥି ସହିତ, ନୂତନ ଟିକସ ବ୍ୟବସ୍ଥାରେ ୨୦୨୦ ରେ ୧୦ ପ୍ରତିଶତ ସ୍ଲାବ ଯୋଡାଯାଇଥିଲା। କିନ୍ତୁ ଅଧିକାଂଶ କରଦାତା ନୂଆ ପଦ୍ଧତିକୁ ପସନ୍ଦ କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ତାଙ୍କୁ ଟିକସ ହାରରେ ଆରାମ ମିଳି ନଥିଲା।

 

Comments are closed.