Latest Odisha News

ବାଇକ୍ ଡିକି ଭାଙ୍ଗି ସଞ୍ଜ ବେଳେ ଲୁଟିନେଲେ ୩୯ ଗ୍ରାମ୍ ସୁନା ଓ ୪୦ ହଜାର ଟଙ୍କା

ଭଦ୍ରକ: ଭଦ୍ରକରେ ଲୁଟେରା ମାତିଛନ୍ତି । ସଞ୍ଜ ନଇଁବା କ୍ଷଣି ଆରମ୍ଭ ହୋଇ ଯାଉଛି ଟାର୍ଗେଟ୍ ଖୋଜା । ସୁଯୋଗ ଦେଖି କ୍ଷଣିକରେ ଲୁଟି ନେଉଛନ୍ତି ସର୍ବସ୍ୱ । ଆଜି ଟାଉନ ଥାନା ଅଧିନ ଚରମ୍ପା ଏସବିଆଇ ଏଟିଏମ୍ ସମ୍ମୁଖରୁ ଲୁଟ୍ ହୋଇଛି । ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୩୮ ଗ୍ରାମର ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଲୁଟର ଶିକର ହୋଇଥିବା ବ୍ୟବସାୟୀ ଶଶିକାନ୍ତ ପୃଷ୍ଟିଙ୍କ କହିବା ଅନୁସାରେ, ସେ ଏଟିଏମ୍ ଆଗରେ ବାଇକ୍ ରଖି ଟଙ୍କା ଉଠାଇବାକୁ ଯାଇଥିଲେ । ଆସିବା ବେଳେକୁ ଦେଖନ୍ତି ତ ଗାଡ଼ି ଡିକି ଖୋଲା ଅଛି । ଡିକିରେ ଥିବା ୩୯ ଗ୍ରାମ୍ ସୁନା ଅଳଙ୍କାର, ୪୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ୍ ଏବଂ ଅନ୍ୟ କାଗଜପତ୍ର ନାହିଁ । ଚୋରି ନେଇ ଶଶିକାନ୍ତ ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.