Latest Odisha News

BREAKING NEWS

ଭାଷା ଭାଗବତ : ଏଠାର ସଂସ୍କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ପର୍ବପର୍ବାଣି, ଓଷା, ବ୍ରତ
ଉତ୍ସବ, ମେଳା, ନାଟ, ଯାତ
ଏ ସବୁ ହୁଏ ରୀତିମତ
ରାଜ୍ୟର ଲୋକେ ଓତପ୍ରୋତ

ଏଠାରେ ଗୃହସ୍ଥ ସଂସାରୀ
ଏ ସବୁ ଆୟୋଜନ କରି
ହୁଅଂତି ପ୍ରଥା ରକ୍ଷାକାରୀ
ନର ହୁଅଂତୁ ଅବା ନାରୀ

ସବୁଠି ଧନ ପ୍ରଦର୍ଶନ
ଚାଲେ ଯଦିଚ ପ୍ରତି ଦିନ
ପ୍ରାପ୍ତ ସଂପଦ କରି ନଷ୍ଟ
ପାଆଂତି ବର୍ଷସାରା କଷ୍ଟ

ଶିଶୁଂକ ପାଇଁ କିଛି କାମ
ନ ସାରି କରଂତି ଆରାମ
ଯେଉଁ ରାଜ୍ୟର ଗୁରୁଜନ
ସେ ରାଜ୍ୟ ଭାଷା ଏବେ ନ୍ୟୂନ

ଭବିଷ୍ଯତ ନିମଂତେ ଚିଂତା
ନ କରି, କହି ଶୁଣାକଥା
କରଂତି ବିଭ୍ରାଂତି ସଂଚାର
ହୁଏନି କାହା ଉପକାର

ମନୋରଂଜନ ହେଲେ ପେସା
ସଂଭବ ଯେପରି ଦୁର୍ଦଶା
ତାହା ଏଠାରେ ନିତି ଘଟେ
ବିବାଦ କେବେ ବି ନ ତୁଟେ

ଭୂଖଂଡ ଭାଗ ଭାଗ ହୋଇ
ବିଭିନ୍ନ ସଂସ୍କୃତି ପାଳଇ
ଅଥଚ ରାଜ୍ୟବାସୀ ଲୋକ
ବୁଝଂତି ନିଜ ପେଟ ଭୋକ

ଯାହାର ଭୋକିଲା ଉଦର
ମନେ ମନେ ସେ କଷେ ଦର
ମହାମାନ୍ୟ ଅନ୍ନର ଭାଉ
ଅନ୍ୟ ଚିଂତା ପଶେନି ଆଉ

ଥିଲେ ହେଁ ଭାଷାର ବିଭବ
ହୁଏନି ତା ପାଇଁ ସଂଭବ
କରିବ ତା’ର ଉପଯୋଗ
ମିଳିବ ବୌଦ୍ଧିକ ସୁଯୋଗ

Leave A Reply

Your email address will not be published.