Latest Odisha News

BREAKING NEWS

ଫେବୃଆରୀରେ ଜଳିଲା ରାଜଧାନୀ;  ୩୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢିଲାଣି ତାପମାତ୍ରା  । ଜଳିଲାଣି ସହର । ଗତକାଲି ଭୁବନେଶ୍‌୰ର ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା । ଗତକାଲି ରାଜଧାନୀର ତାପମାତ୍ରା ୩୫.୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ଖାଲି ରାଜଧାନୀ ନୁହେଁ, ନୟାଗଡ ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ଛୁଇଁଛି ।   ଦାରିଂବାଡି, ଗୋପାଳପୁରକୁ ବାଦ ଦେଲେ ରାଜ୍ୟର ଅଧିକାଂଶ ସହର କାଲି ଖରାତାତିରେ ସିଝିଛି । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୦ ଉପରେ ଥିଲା । ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରି ରହିଛି । ତାତି ଆହୁରି ବଢିବାର ସମ୍ଭାବନା ରହିଛି । ଆଗକୁ ମଧ୍ୟ ତାତି ଏପରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ପାଇଁ ତାପମାତ୍ରା ୩୩ରୁ ୩୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ଥିବା  କୁହାଯାଇଛି ।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ କେତେକ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି ବିଶେଷ କରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ ।
ତେବେ ଆସନ୍ତା ୫ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତାପମାତ୍ର ବି ବଢିପାରେ। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଭୁବନେଶ୍ବର ସମେତ କେତେକ ସହରର ଦିନର ତାପମାତ୍ରା ୩୪ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି।

 

Comments are closed.