Latest Odisha News

BREAKING NEWS

ବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ଛୁ ମାରିଲା ବର, କନ୍ୟାକୁ ବାହା ହେଲା ସାନ ଭାଇ

ପିଲିଭିତ : ବାଜୁଥିଲା ବାଜା ଚାଲିଥିଲା ବିବାହ ପ୍ରସ୍ତୁତି  । ହଠାତ୍‌ ପଡ଼ିଥିଲା ଚହଳ । କାରଣ ବିବାହ କରିବାକୁ ଘରେ ନଥିଲେ ବର । ଫେସିଆଲ ବାହାନା ଦେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଆସିନଥିଲେ  । ବିବାହର କିଛି ସମୟ ପୂର୍ବରୁ ବର ନିଖୋଜ ରହିବା ଘଟଣା ପରିବାରଲୋକଙ୍କୁ ବ୍ୟସ୍ତ ବିବ୍ରତ କରିଥିଲା । କିନ୍ତୁ ଏପଟେ ନିଜ ପ୍ରେମିକା ସଙ୍ଗେ ଫେରାର ହୋଇଯାଇଥିଲା  । ବିବାହର କିଛି ସମୟ ପୂର୍ବରୁ ବର ପଳାଇ ଯିବାରୁ ବାଧ୍ୟ ହୋଇ କନ୍ୟାଙ୍କୁ ବରଙ୍କ ସାନ ଭାଇ ସହ ବିବାହ କରିବାକୁ ପଡ଼ିଛି। ତେବେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି  ।

ସୂଚନା ଅନୁଯାୟୀ, ବିଲସଣ୍ଡା ଥାନାର ମହମ୍ମଦପୁର ଗ୍ରାମର ବାସିନ୍ଦା ମାବତ ତିୱାରୀ ନିଜ ବଡ଼ ପୁଅ ଶଶାଙ୍କଙ୍କ ବିବାହ ବରେଲିରେ ସ୍ଥିର କରିଥିଲେ । ବିବାହ ଦିନ ବରଯାତ୍ରୀ ଯିବାର ଠିକ୍‌ କିଛି ସମୟ ପୂର୍ବରୁ ଶଶଙ୍କା ଫେସିଆଲ୍‌ କରିବା ବାହାନାରେ ଘର ଛାଡ଼ି ପଳାଇ ଯାଇଥିଲେ। ଯେତେବେଳେ ୧୦ ଦିନ ପରେ ନିଜ ପ୍ରେମିକାଙ୍କୁ ବିବାହ କରି ଘରକୁ ଫେରିଥିଲେ। ହେଲେ ସେତେବେଳକୁ ଶଶାଙ୍କ ସାନ ଭାଇ ତାଙ୍କ କନ୍ୟାଙ୍କୁ ନିଜ ପତ୍ନୀ ବନାଇ ସାରିଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ସାବାଳକ ହୋଇଥିବାରୁ ତାଙ୍କର ଯାହା ଇଚ୍ଛା ସେ କରିପାରନ୍ତି ହେଲେ ଘରକୁ ଆଉ ଆସିପାରିବେ ନାହିଁ। ଉଚିତ ସମୟରେ ଯଦି ବିବାହ କରିବାକୁ ବରଙ୍କ ସାନ ଭାଇ ରାଜି ହୋଇନଥାନ୍ତେ ତ ଉଭୟ ବର ଓ କନ୍ୟା ପକ୍ଷ ପାଇଁ ବିରାଟ ସମସ୍ୟା ସୃଷ୍ଟି ହୋଇଥାନ୍ତା। ପରିବାର ଲୋକ ତାଙ୍କୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି  ।

 

 

 

 

 

Comments are closed.