Latest Odisha News

ବିପଦରେ ଶ୍ରୀମନ୍ଦିର; ସିଂହଦ୍ୱାର ଗୁମୁଟରେ ଫାଟ

ପୁରୀ:ବିପଦରେ ଶ୍ରୀମନ୍ଦିର । ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଦେଖା ଦେଲାଣି ଫାଟ । ପ୍ରବେଶ ପଥର ବାମପଟ ପଥରରେ ଏହି ଫାଟ ଦେଖିବାକୁ ମିଳିଛି । ଛୋଟ ଛୋଟ ନୁହେଁ ବଡ ଫାଟ ଯାହା ଶ୍ରୀମନ୍ଦିର ପାଇଁ ଯେ କୌଣସି ମୁହୂର୍ତ୍ତରେ ବିପଦ ହୋଇ ଛିଡା ହୋଇପାରେ । ଖାଲି ଫାଟ ନୁହେଁ, ଏଠାରେ ଲାଗିଥିବା ପ୍ରାଚୀନ ମୂର୍ତ୍ତି ବି ନଷ୍ଟ ହୋଇଗଲାଣି । ତଥାପି ପ୍ରତ୍ନତତ୍ତ୍ୱ  ବିଭାଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ପ୍ରବେଶ ପଥର ବାମପାର୍ଶ୍ୱ ସିଂହମୂର୍ତ୍ତିକଡର ଉପରି ଭାଗ ପଥରରେ ବି ବଡ ଫାଟ ଦେଖା ଦେଇଛି । ଏକାଧିକ ଫାଟ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି । ଏହି ଫାଟ ପ୍ରାୟ ଦେଢ ଫୁଟର ହେବ । ପୁଣି ଏଠାରେ ଲାଗିଥିବା ପଥର ମୂର୍ତ୍ତି ମଧ୍ୟରୁ କାହାର ଆଣଣ୍ଠୁଠାରୁ ଭାଙ୍ଗି ଯାଇଛି । କାହାର ପୁଣି ମୁହଁରୁ ପଥର ଖସି ପଡିଛି । ଅନକେ କାରକାର୍ଯ୍ୟ ନଷ୍ଟ ହେବାକୁ ବସିଲାଣି ।

ସୂଚନା ଥାଉ କି, ପୂର୍ବରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଧଳାରଙ୍ଗର ଥିଲା । ପଥର ଉପରେ ଚୂନର ଆସ୍ତରଣ ଦିଆଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ପରାମର୍ଶ କ୍ରମେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚୂନ ଛଡାଯାଇ କେମିକାଲ ଦିଆଯାଇଛି । ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳି ନ ଥିବା ଦେଖା ଯାଉଛି । କାରଣ ମଝିରେ ମଝିରେ ବଡ ପଡ ପଥର ଖଣ୍ଡ ଶ୍ରୀମନ୍ଦିରରୁ ଝଡିବା ସହ ରତ୍ନଭଣ୍ଡାର, ନାଟମଣ୍ଡପ ପ୍ରତି ବିପଦ ଦେଖା ଦେଇଥିବା ଏଏସଆଇ ପକ୍ଷରୁ କୁହାଯାଇଛି । ଏପରି ସ୍ଥିତିରେ ଏହାର ତୁରନ୍ତ ମରାମତ ନ କଲେ ଆଗକୁ ବଡ ବିପଦ ଦେଖା ଦେଇପାରେ ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି

Comments are closed.