Latest Odisha News

BREAKING NEWS

କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ସୋମବାର କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ବେଳେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଏହି ବିଜ୍ଞପ୍ତି ଘୋଷଣା କରିଛନ୍ତି । ୧୯୫୭ରେ ପ୍ରତିଷ୍ଠା ହୋଇଥିବା ଏହି କଲେଜ ଜିଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ । ଦୀର୍ଘଦିନ ହେଲା ଜିଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା ।

ସୋମବାର ମୁ୍‌୍‌ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସି କେନ୍ଦୁଝରବାସୀଙ୍କୁ ପ୍ରାୟ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ । ଧରଣୀଧର ମେଡ଼ିକାଲ ଜଲେଜ ଏବଂ ହସପିଟାଲକୁ ଉଦ୍‌ଘାଟନ କରିବା ପରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed.