Latest Odisha News

BREAKING NEWS

ପଠାନ୍ ବେଶରେ ମେକ୍‌ଅପ୍ ନେଇ ଚର୍ଚ୍ଚାରେ ମହିଳା

ବଲିଉଡ଼ ବାଦ୍‌ଶାହା ଶାହରୁଖ ଖାଁଙ୍କ ଅଭିନିତ ଫିଲ୍ମ ‘ପଠାନ୍‌’ ହଲରେ ଏବେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରି ରେକର୍ଡ଼ ଭାଙ୍ଗି ସାରିଲାଣି । ଏହି ଫିଲ୍ମରେ ଶାହାରୁଖଙ୍କ ଲୁକ୍‌କୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା । ଲମ୍ବା ଲମ୍ବା କେଶ ସାଙ୍ଗକୁ ଧାଡ଼ିକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଏବେ ଜଣେ ଯୁବତୀ ନିଜକୁ ପଠାନ ବେଶରେ ମେକ୍‌ଅପ କରି ଚର୍ଚ୍ଚାକୁ ଆସିଛନ୍ତି ।

ଦିକ୍ଷିତା ଜିନ୍ଦଲ । ପେଶାରେ ଜଣେ ମେକ୍‌ଅପ୍ ଆଟିଷ୍ଟ । ନିକଟରେ ସେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜକୁ ଚମତ୍କାର ମେକଅପ୍ କରୁଥିବା ଦେଖିବାକୁ ମିଳିଛି । ତାଙ୍କର ମେକ୍‌ଅପ୍ ସ୍ୱତନ୍ତ୍ର । କାରଣ ସେ ନିଜକୁ ଶାହାରୁଖଙ୍କ ପରି ପ୍ରସ୍ତୁତ କରିଛନ୍ତି । ତାଙ୍କର ଏହି ଭିଡ଼ିଓ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ, ସେ ଶାହାରୁଖ ନୁହନ୍ତି । ଏହି ଭିଡ଼ିଓ ୭୩ ଲକ୍ଷ ଭ୍ୟୁ ପାଇଥିବା ବେଳେ ମହିଳାଙ୍କ ଏପରି ଦକ୍ଷତାକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।

Comments are closed.